ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଆଇଏଏସ୍ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ୨୦୧୦ ବ୍ୟାଚ୍ ଆଇଏଏସ୍ ଜ୍ୟୋତିପ୍ରକାଶ ଦାସଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । କଟକରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ(ଆଇଜିଆର) ଭାବେ କାର୍ଯ୍ୟରତ ଜ୍ୟୋତିପ୍ରକାଶ ଅତିରିକ୍ତ ଭାବେ ଏହି ନୂଆ ଦାୟିତ୍ୱ ତୁଲାଇବେ।

ସେହିପରି, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀଧନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ସେଠାରେ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ଡଃ ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ତେବେ ୟେଦୁଲା ବିଜୟଙ୍କୁ ସରକାର କାହିଁକି ଏଭଳି ବଦଳି କରିଛନ୍ତି, ତାହା ଜଣାପଡ଼ିନି

Leave A Reply

Your email address will not be published.