ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ସୋଆ ଓଡ଼ିଶାର ପ୍ରଥମ ୫ ଜି କ୍ୟାମ୍ପସ୍ ଘୋଷିତ

0

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ଓ ଗବେଷଣା କ୍ଷେତ୍ରରେ ସହାୟତା ନିମନ୍ତେ ସୋଆ କ୍ୟାମ୍ପସ୍‌ରେ ଏହି ୫ ଜି ସେବା ଆରମ୍ଭ କରାଯାଇଥିବା ରିଲାୟନ୍ସ ଜିଓ ପକ୍ଷରୁ କୁହାଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଜିଓ ଓଡ଼ିଶାର ରାଜ୍ୟ ମୁଖ୍ୟ ଶ୍ରୀ ପ୍ରଦୀପ ରାଉତ , ସୋଆ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୋଆକୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା ।
ଓଡ଼ିଶାରେ ସୋଆକୁ ପ୍ରଥମ ୫ ଜି କ୍ୟାମ୍ପସ ଭାବେ ଘୋଷଣା କରାଯିବା ପରିପ୍ରେକ୍ଷୀରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଜିଓର ନେଟୱର୍କ ଉତମ ଭାବେ କାର୍ଯ୍ୟ କରୁଥିବାରୁ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ତଥ୍ୟ ଆଦାନପ୍ରଦାନ ନେଇ ଉପକୃତ ହେବେ । କୃଷି ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ୫ ଜି ଦ୍ୱାରା ଲାଭବାନ ହୋଇପାରିବେ ।

ସୋଆରେ ଏକ ୫ ଜି ଲ୍ୟାବ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି ଓ ଏହି ଲ୍ୟାବ୍‌ରେ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେବା ସହ ଏହି ସେବାକୁ କିଭଳି ଅଧିକ ବଳିଷ୍ଠ କରାଯାଇପାରିବ ସେ ଉପରେ ମଧ୍ୟ ସେମାନେ ଗବେଷଣା କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି । ଦେଶର ମନୋନୀତ ୧୦୦ଟି କେନ୍ଦ୍ର ମଧ୍ୟରେ ୫ ଜି ଲ୍ୟାବ ପ୍ରତିଷ୍ଠା ନିମନ୍ତେ ସୋଆକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପୂର୍ବରୁ ସୋଆ ଓ ଜିଓ ପ୍ଲାଟଫର୍ମସ ଲିମିଟେଡ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇସାରିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।

୫ ଜି ସେବା ମୁଖ୍ୟତଃ ଡିଜିଟାଲ୍ ଶିକ୍ଷା, ଇ-ଗଭର୍ଣ୍ଣାନ୍ସ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି ଓ ଆଇଟି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ । ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ସୋଆରେ ଅନେକଗୁଡ଼ିଏ ବେଷ୍ଟ ଟ୍ରାନ୍ସରିସିଭର୍ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି ଯାହାଦ୍ୱାରା ଜିଓର ନେଟୱର୍କ ଗତି ଅଧିକ ତୀବ୍ର ହେବ ଓ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ ବୋଲି ଜିଓ ପକ୍ଷରୁ ଶ୍ରୀ ରାଉତ କହିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଆପ୍ ପ୍ରସ୍ତୁତ କରିବା ସହ ଡ୍ରୋନ୍ ମାଧ୍ୟମରେ ଅଧିକ ଗବେଷଣା କରିପାରିବେ । ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ସୋଆକୁ ୫ ଜି କ୍ୟାମ୍ପସ୍ ଭାବେ ଘୋଷଣା କରାଯାଇଥିବା ଶ୍ରୀ ରାଉତ କହିଛନ୍ତି ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ୫ ଜି ସେବାର ସୁବିଧା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ଜିଓ ଓଡ଼ିଶାର କଷ୍ଟମର ସର୍ଭିସ୍ ମୁଖ୍ୟ ଶ୍ରୀ ବିକାଶ ମହାନ୍ତି । ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ତଥା ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାର୍ଯ୍ୟ କରିବେ । ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ । ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି ।

ଗତ ସେପ୍ଟେମ୍ବର ୧୫ ତାରିଖରେ ସୋଆ ଗସ୍ତରେ ଆସିଥିବା ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୫ ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ । ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତିଭୂମି ଯୋଗାଇ ଦିଆଯିବା ସହ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ନିମନ୍ତେ ସମସ୍ତ ସହଯୋଗ ବିଷୟରେ ବୁଝାମଣା ହୋଇଥିଲା ।

Leave A Reply

Your email address will not be published.