ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଏକ ମାସ ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ କଲେ ସମ୍ ସର୍ଜନ୍‌

0

ଭୁବନେଶ୍ୱର, ଅଗଷ୍ଟ ୨୪ : ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍‌ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ
ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟ୍ରିକ୍ ସର୍ଜନ୍ ।“ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲ୍‌ରେ କରୁଛୁ ତେବେ ଶିଶୁଟିର ଓଜନ ମାତ୍ର ୩ କେଜି ହୋଇଥିବାରୁ ଲାପ୍ରୋସ୍କୋପିକ୍ ସର୍ଜରୀ ଏକ ବଡ଼ ଆହ୍ୱାନ ଥିଲା” ବୋଲି ଏହି ଅସ୍ତ୍ରୋପଚାର ଟିମ୍‌ର ନେତୃତ୍ୱ ନେଇଥିବା ସ୧ମ୍‌ର କନ୍‌ସଲ୍‌ଟାଂଟ ସର୍ଜନ ପ୍ରଫେସର(ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି ।

ହସ୍ପିଟାଲ୍‌ରେ ବର୍ତମାନ ସୁଦ୍ଧା ଲାପ୍ରୋସ୍କୋପିକ୍ ପଦ୍ଧତିରେ ଅସ୍ତ୍ରୋପଚାର କରିବାରେ ଏହି ଶିଶୁ କନ୍ୟାଟି ସବୁଠାରୁ କମ୍ ବୟସ୍କ ରୋଗୀ ବୋଲି କହିବା ସହ ତା’ର ଅଭିଭାବକମାନେ ଏହି ଅସ୍ତ୍ରୋପଚାର ପାଇଁ ପ୍ରଥମେ ଭୟଭୀତ ଥିବା ବେଳେ ଏବେ ସେମାନେ ଖୁବ୍ ଖୁସି ଅଛନ୍ତି ଏବଂ ଶିଶୁଟି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇସାରିଛି ବୋଲି ପ୍ରଫେସର (ଡାକ୍ତର) ପ୍ରଧାନ କହିଛନ୍ତି ।

ଅସ୍ତ୍ରୋପଚାର ନିମନ୍ତେ ଅପରେସନ୍ ଥିଏଟରରେ ସୁରକ୍ଷିତ ନିଶ୍ଚେତକ ପ୍ରୟୋଗ ଓ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବାରୁ ନବଜାତ ଶିଶୁମାନଙ୍କର ଅସ୍ତ୍ରୋପଚାର ବିନା କୌଣସି ସମସ୍ୟାରେ ହୋଇପାରୁଛି ବୋଲି ସେ କହିଛନ୍ତି । ଲାପ୍ରୋସ୍କୋପିକ୍ ପଦ୍ଧତିରେ କମ୍ କଷ୍ଟ ଅନୁଭବ ହେବା ସହ ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିପାରୁଛି ଏବଂ ଅସ୍ତ୍ରୋପଚାରର ଗୋଟିଏ ଦିନ ପରେ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇପାରୁଛି ବୋଲି ପ୍ରଫେସର (ଡାକ୍ତର) ପ୍ରଧାନ କହିଛନ୍ତି ।

ଅସ୍ତ୍ରୋପଚାର ନିମନ୍ତେ ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ଦୀପଙ୍କର ପଢ଼ିହାରୀ ଓ ଡାକ୍ତର ଭବାନୀ ପତି ସହଯୋଗ କରିଥିବା ବେଳେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ, ଡାକ୍ତର ଅଜୟ ଗାହାଣ, ଏନ୍‌ଆଇସିୟୁ ଷ୍ଟାଫ୍‌, ଫାର୍ମାସିଷ୍ଟ ଓ ଅନ୍ୟ ଓଟି କର୍ମଚାରୀମାନେ ଶିଶୁଟିର ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଥିଲେ । ଜଟିଳ ଅସ୍ତ୍ରୋପଚାରଗୁଡ଼ିକୁ ଉତମ ରୂପେ ସମ୍ପାଦନ କରିବାରେ ସମ୍ ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଓ ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍‌ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ରଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଛନ୍ତି ପ୍ରଫେସର ପ୍ରଧାନ ।

Leave A Reply

Your email address will not be published.