ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ସଫଳତା ସାଉଁଟିଲା ସମ୍ ଅଲ୍ଟିମେଟ୍ ମେଡିକେୟାର

0

ଭୁବନେଶ୍ୱର: ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ଓ ଗୁଣାତ୍ମକ ଯତ୍ନ ପ୍ରଦାନ ନେଇ ନିଜକୁ ବେଶ ପ୍ରତିଷ୍ଠିତ କରିଥିବା ଭୁବନେଶ୍ୱର ସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର ଯକୃତ ରୋଗୀଙ୍କର ଚିକିତ୍ସା ନିମନ୍ତେ ପ୍ଳାଜମା ଏକ୍ସଚେଞ୍ଜ (ପିଏଲଇଏକ୍ସ) ପ୍ରକ୍ରିୟା ଆରମ୍ଭ କରିଛି ।

ଜଣେ ଯୁବତୀଙ୍କର ଯକୃତରେ ଜଟିଳ ଆଘାତ ଥିବା ସମସ୍ୟାର ସଫଳ ଚିକିତ୍ସା ପ୍ଲାଜମା ଏକ୍ସଚେଞ୍ଜ ଯାହାକି ଲିଭର ଡାଏଲିସିସ୍‌ ଭାବେ ମଧ୍ୟ ପରିଚିତ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଏହି ପ୍ରକ୍ରିୟାରେ ଚିକିତ୍ସା କରିଥିବା ଡାକ୍ତର ତଥା ସମର ଜିଆଇ ସାଇନ୍‌ସେସ ବିଭାଗର ଆସୋସିଏଟ୍ କନ୍‌ସଲଟାଂଟ ଡାକ୍ତର ଗଦାଧର ପଣ୍ଡା । ଓଡିଶାରେ ପ୍ରଥମ ଥର ପାଇଁ କରାଯାଇଥିବା ଏହି ଅତ୍ୟାଧୁନିକ ଥେରାପିର ଶେଷ ପର୍ଯ୍ୟାୟ ଗତ ସେପ୍ଟେମ୍ବର ୨୨ରେ ଶେଷ ହୋଇଥିବା ବେଳେ ରୋଗୀ ଜଣଙ୍କୁ ଖୁବ୍ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ଏକ ମାସରୁ ଅଧିକ ସମୟ ଧରି ଜଣ୍ଡିସ୍‌ରେ ଆକ୍ରାନ୍ତ ଥିବା, ଶରୀର କୁଣ୍ଡାଇ ହେବା, ଓଜନ କମିବା ଓ ଭୋକ ନ ଲାଗିବା ଭଳି ବିଭିନ୍ନ ସମସ୍ୟା ନେଇ ଯୁବତୀ ଜଣକ ସମକୁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ଯକୃତରେ ଜଟିଳ ଆଘାତ ଥିବା ଜଣାପଡ଼ିଥିଲା । ତେଣୁ ପ୍ରଥମେ ତାଙ୍କୁ ଔଷଧ ମାଧ୍ୟମରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଘଟିବାରୁ ପ୍ଳାଜମା ଏକ୍ସଚେଞ୍ଜ ନିମନ୍ତେ ନିଷ୍ପତି ନିଆଯାଇଥିଲା । ଏହାଫଳରେ ତାଙ୍କର ଜଣ୍ଡିସ୍ ହ୍ରାସ ପାଇଥିଲା ଏବଂ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏହି ଥେରାପି ଯୋଗୁଁ ରୋଗୀଙ୍କ ଠାରେ କୌଣସି ପ୍ରକାର ଜଟିଳତା ଦେଖାଯାଇ ନ ଥିଲା ।

ସମ ଜିଆଇ ସାଇନ୍‌ସେସ୍ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଅୟସକାନ୍ତ ସିଂ କହିଛନ୍ତି ଯେ ଏହି ପ୍ରକ୍ରିୟା ଦ୍ୱାରା ଅନେକ ଯକୃତ ରୋଗୀଙ୍କର ଜୀବନ ବଂଚାଇହେବ । ମଦ୍ୟପାନ, ଡ୍ରଗ୍ସ, ଡେଙ୍ଗୁ ଜ୍ୱର କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଯକୃତ ଖରାପ ହୋଇଥିବା ଅନେକ ରୋଗୀଙ୍କ ଜୀବନ ବଂଚାଇବାରେ ଏଭଳି ପ୍ରକ୍ରିୟା ସହାୟକ ହେବ ।

ପୂର୍ବରୁ ଏଭଳି ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଅବଲମ୍ବନ ଥିଲା । ତେବେ ବର୍ତମାନ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଯୋଗୁଁ ଏଭଳି ରୋଗୀଙ୍କ ଚିକିତ୍ସା ବିନା ଅସ୍ତ୍ରୋପଚାରରେ ପ୍ଲାଜମା ଏକ୍ସଚେଞ୍ଜ ମାଧ୍ୟମରେ ହୋଇପାରୁଛି ବୋଲି ସେ କହିଛନ୍ତି ।

ଡାକ୍ତର ଗଦାଧର ପଣ୍ଡା ଓ ଡାକ୍ତର ଅୟସକାନ୍ତ ସିଂଙ୍କ ବ୍ୟତୀତ ଜିଆଇ ସାଇନ୍‌ସେସ୍ ବିଭାଗର ଆସୋସିଏଟ୍ କନ୍‌ସଲଟାଂଟ ଡାକ୍ତର ସମ୍ବିତ ଭୂୟାଁ, ନିଶ୍ଚେତକ ବିଭାଗର ଡାକ୍ତର ସୋନମ୍ ପଣ୍ଡା ଏହି ପ୍ଲାଜମା ଏକ୍ସଚେଞ୍ଜ ଥେରାପି ପ୍ରକ୍ରିୟା ଟିମ୍‌ରେ ସାମିଲ ଥିଲେ ।

Leave A Reply

Your email address will not be published.