ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

‘ସବୁଜ ବିପ୍ଳବ’ର ଜନକ ସ୍ବାମୀନାଥନ୍‌ଙ୍କ ପରଲୋକ

0

ଚେନ୍ନାଇ: ‘ସବୁଜ ବିପ୍ଳବ’ର ଜନକ କୁହାଯାଉଥିବା ଏମଏସ ସ୍ବାମୀନାଥନ୍‌ଙ୍କ ପରଲୋକ। ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମିତ ସ୍ବାମୀନାଥନ୍‌ଙ୍କୁ ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା। । ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ । ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ପ୍ରତିଷ୍ଠାତା ଥିଲେ । ଟାଇମ ମାଗାଜିନରେ ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଏସୀୟଙ୍କ ତାଲିକାରେ ତାଙ୍କ ନାମ ସ୍ଥାନୀତ ହୋଇଥିଲା । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ପକ୍ଷରୁ ତାଙ୍କୁ ଇକୋନୋମିକ ଇକୋଲୋଜିର ଜନକ ଭାବେ ଉପସ୍ଥାପିତ କରାଯାଇଥିଲା ।

ସ୍ବାମୀନାଥନ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ମହାନିର୍ଦ୍ଦେଶକ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗ ସଚିବ, କୃଷି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଓଡିଶାର ଜୟପୁରଠାରେ ଏମଏସ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ଏକ ଶାଖା ଖୋଲିଥିଲେ ସ୍ବାମୀନାଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣାଗାର ଲାଗି ଜମି ଯୋଗାଇଥିଲେ ।

ଏମ୍‌. ଏସ୍‌. ସ୍ବାମୀନାଥନ୍‌ ଆଳୁ, ଗହମ, ଧାନ ଓ ଝୋଟ ବା ନଳିତାର ଗୁଣସୂତ୍ର ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ଖାଦ୍ୟଶସ୍ୟ ଅଭାବ ‌ଯୋଗୁଁ ୧୯୬୦ ମସିହାରେ ଭାରତ ଅନାହାର ପଡ଼ିଆସୁଥିବା ବେଳେ ସ୍ବାମୀନାଥନ୍‌ ଆମେରିକୀୟ ଉଦ୍ଭିଦବିଜ୍ଞାନୀ ନର୍‌ମ୍ୟାନ୍‌ ବୋର୍ଲାଗ୍‌ ଓ ଅନ୍ୟ କେତେକ ବୈଜ୍ଞାନିକଙ୍କ ସହିତ ମିଶି ଅଧିକ ଅମଳକ୍ଷମ ଗହମ ବିହନ ବିକଶିତ କରିଥିଲେ।

Leave A Reply

Your email address will not be published.