ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍

0

ବରଗଡ଼: ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାଶ ସୂଚନା ଦେଇଛନ୍ତି ।

ବରଗଡ଼ରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍‌ର ସ୍ଥିତି ଯାଞ୍ଚ କରୁଛନ୍ତି। ସ୍କ୍ରବ୍ ଟାଇଫସ୍ ର ସ୍ଥିତି ନେଇ ପ୍ରଥମେ ବୁର୍ଲା ଭୀମସାରରୁ ଡାକ୍ତରୀ ଟିମ୍ ବରଗଡ଼ ଆସିଥିଲେ ପରେ ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍ ଆସିଥିବା ବେଳେ, ଆଜି କେନ୍ଦ୍ରୀୟ ଟିମ୍ ପ୍ରଥମେ ସୁନ୍ଦରଗଡ଼ ଓ ଏବେ ବରଗଡ଼ ପହଞ୍ଚି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରୁଛନ୍ତି ।

ସ୍କ୍ରବ୍ ଟାଇଫସ୍ ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରୁଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏହି ଟିମ୍ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ରେ ୧୭ ଶହ ୭୫ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ, ୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବରଗଡ଼ ଜିଲ୍ଲାରେ ୬ ଜଣଙ୍କ ଜୀବନ ନେଇ ସାରିଛି ସ୍କ୍ରବ ଟାଇଫସ। ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ରେ ଗତ ୨୪ ଘଣ୍ଟାରେ୩ ଜଣ ଚିହ୍ନଟ ହୋଇଛିନ୍ତି । ମୋଟ ଆକ୍ରାନ୍ତଙ୍କ  ସଂଖ୍ୟା ୨୯୫କୁ ବୃଦ୍ଧି ପାଇଛି। 

Leave A Reply

Your email address will not be published.