ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାରିକୋ ଓ ଓ୍ବେସମ୍ୟାନଙ୍କୁ ମିଳିବ ନୋବେଲ ପୁରସ୍କାର

0

ବ୍ୟୁରୋ ନ୍ୟୁଜ୍: ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ । କୋଭିଡ-୧୯ ଭାଇରସର ଭାକ୍ସିନ ବିକାଶରେ ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଫଳପ୍ରଦ ହୋଇଥିବାରୁ ସେମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ମାନବ ଜାତି ପ୍ରତି ପଡିଥିବା ବିପଦଗୁଡିକର ମୁକାବିଲା ଲାଗି ସେମାନେ ଟିକା ଅଭିବୃଦ୍ଧି ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ଗବେଷଣା କୋଭିଡ ମହାମାରୀ ବିରୋଧରେ ଏକ ଦୃଢ଼ ପଦକ୍ଷେପ ସାବ୍ୟସ୍ତ ହୋଇଥିଲା । ହଙ୍ଗେରୀରେ ଜନ୍ମିତ କାରିକୋ ଓ ଓ୍ବେସମ୍ୟାନ ଆମେରିକାରେ ବସବାସ କରୁଥିବାବେଳେ ୨୦୨୦ ଶେଷ ଭାଗରେ ସେମାନେ ଏମଆରଏନଏଭିତ୍ତିକ କୋଭିଡ ଟିକା ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଟିକା କୋଭିଡ ମହାମାରୀ କାଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା ।

Leave A Reply

Your email address will not be published.