ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୋଖରୀରେ ବୁଡ଼ି ଛାତ୍ର ମୃତ

0

ଭୁବନେଶ୍ୱର: ବରମୁଣ୍ଡା ମ୍ୟୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ପୋଖରୀରୁ ବୁଡ଼ି ଯିବାରୁ ତାଙ୍କ ମୃତ୍ୟୁ ହୋଇଛି ।ସେ ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଓମ୍ ବଳିଆ ବାବା ଆଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାର ସୂଚନା ମିଳୁଛି ।

ସୂଚନାଯୋଗ୍ୟ, ଆଜି ଓମ୍ ତାଙ୍କ ୩ଜଣ ସାଙ୍ଗଙ୍କ ସହ ମିଶି ସ୍କୁଲ ନଯାଇ ଗାଧୋଇବା ପାଇଁ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇଥିଲେ । ହଠାତ୍ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ । ଆଜି ସ୍କୁଲରେ ଗାନ୍ଧୀ ଜୟନ୍ତୀ ନେଇ ଆୟୋଜନ କରାଯାଇଥିଲା, ହେଲେ ଓମ୍ ଓ ତାଙ୍କ ସାଙ୍ଗମାନେ ସ୍କୁଲ ନଯାଇ ପୋଖରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି ।

Leave A Reply

Your email address will not be published.