ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଇସିୟୁରେ ବାଜିବ ଭଜନ

0

କଟକ: ଏଣିକି ହସ୍ପିଟାଲ ଆଇସିୟୁରେ ବାଜିବ ଭଜନ। ଏହାସହ ବାଜିବ ମଧୂର ଯନ୍ତ୍ର ସଙ୍ଗୀତ। ଆଇସିୟୁରେ ଥିବା ରୋଗୀଙ୍କ ମାନସିକ ଚାପ ପକାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ଓ ଭକ୍ତି ସଙ୍ଗୀତ ବାଜିବ । ମେଡିକାଲ କର୍ତୃପକ୍ଷଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗୀଙ୍କ ମନୋବଳ ବଢିବ ଓ ରୋଗୀ ସୁସ୍ଥ ହେବ ବୋଲି ଆଶା କରିଛନ୍ତି କର୍ତୃପକ୍ଷ । ବିଶେଷଜ୍ଞ ମଧ୍ୟ ଏଥିରେ ସହମତ ହୋଇଛନ୍ତି ।

ସୂଚନାନୁସାରେ; ମେଡିକାଲ କର୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତି ଅନୁସାରେ, ଆଇସିୟୁରେ ଚିିକିତ୍ସିତ ହେଉଥିବା ରୋଗୀଙ୍କ ମାନସିକ ଚାପ କମାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ବାଜିବ । ଏହା ଦ୍ୱାରା ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ମନୋବଳ ବଢ଼ିବ । ଯାହାକି ରୋଗୀ ସୁସ୍ଥ ହେବାରେ ସହାୟକ ହେବ । ତେଣୁ ଏଭଳି ଯୋଜନା କରାଯାଇଥିବା କହିଛନ୍ତି ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ।

ଅନେକ ସମୟରେ ଗୁରୁତର ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦ୍ୱାରା ଚିକିତ୍ସା କରାଯାଇଥାଏ । ଅନେକ ଗୁରୁତର ରୋଗୀ ଏହି ମ୍ୟୁଜିକ୍ ଥେରାପି ଦ୍ୱାରା ସୁସ୍ଥ ହୋଇଥିବାର ନଜିର ମଧ୍ୟ ରହିଛି । ଯାହାକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲ ତରଫରୁ ଏଭଳି ବ୍ୟବସ୍ଥା କରାଯାଇଛି । ତେବେ ଏସସିବି କର୍ତୁପକ୍ଷଙ୍କ ନିଷ୍ପତିକୁ ନେଇ ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି, ମାନସିକ ସ୍ତରରେ ସୁସ୍ଥ ହେବା ପାଇଁ ଜଣଙ୍କର ସବୁ ଇନ୍ଦ୍ରିୟ କାମ କରିବା ଦରକାର । ତେଣୁ ଗୁରୁତର ରୋଗୀଙ୍କ ଭକ୍ତି ଗୀତ ଶୁଣାଇଲେ ସୁସ୍ଥ ହେବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.