ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

0

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବି‌ରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ଏବେ ମଧ୍ୟ ନର୍ଗିସ ଜେଲରେ ଅଛନ୍ତି । ମହିଳାଙ୍କ ଅଧିକାର ପାଇଁ କାମ କରିଥିବାରୁ ତାଙ୍କୁ ୧୩ ଥର ଗିରଫ କରାଯାଇଛି । ସେ ଏବେ ଇରାନର ଏବିନ ଜେଲରେ ୩୧ ବର୍ଷ ପାଇଁ ଦଣ୍ଡ ଭୋଗୁଛନ୍ତି । ତାଙ୍କୁ ୧୫୪ ଥର ଚାବୁକ ମାଡ଼ ପାଇଁ ମଧ୍ୟ ଦଣ୍ଡାଦେଶ ହୋଇଛି । ତେବେ ମହମ୍ମଦି ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପେ ଆଙ୍ଗର୍ ଆୱାର୍ଡ, ଓଲୋଫ୍ ପାଲମେ ପୁରସ୍କାର, ୟୁନେସ୍କୋ / ଗୁଇଲେର୍ମୋ କାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଆୱାର୍ଡ ଏବଂ ପେନ୍ / ବାର୍ବି ଫ୍ରିଡମ୍ ଟୁ ରାଇଟ୍ ଆୱାର୍ଡ ଭଳି ପୁରସ୍କାର ସହିତ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛନ୍ତି । ତାଙ୍କୁ ବିସିସିଆଇର ୧୦୦ ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବରେ ନାମିତ କରାଯାଇଥିଲା।

Leave A Reply

Your email address will not be published.