ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମାଓ ଦମନ ନେଇ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ

0

ନୂଆଦିଲ୍ଲୀ: ଦିଲ୍ଲୀରେ ମାଓ ଦମନ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ମାଓ ଦମନ କ୍ଷେତ୍ରରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ବଖାଣିଥିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ତା ସହିତ ୧୦ଟି ମାଓ ପ୍ରଭାବିତ ଜିଲ୍ଲାରେ କିପରି ସୁବିଧା ଏବଂ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ପନ୍ଥା ଆପଣାଇବାକୁ ଦାବି ହୋଇଛି । 

କେନ୍ଦ୍ର ନିକଟରେ ଓଡ଼ିଶା କରିଥିବା ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରୁ ମାଓ ପ୍ରବଣ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ, ସ୍ବତନ୍ତ୍ର ହେଲିକପ୍ଟର୍ ଯୋଗାଇଦେବା, ଟେଲିକମ୍ୟୁନିକେସନ ବ୍ୟବସ୍ଥାକୁ ଯଥାଶୀଘ୍ର କରିବା ସହ ମୋବାଇଲ ଟାୱାର ବସାଇବା ଓ ଏକଲବ୍ୟ ବିଦ୍ୟାଳୟ ପାଇଁ ଓଡ଼ିଶା ଦାବି କରିଛି ।

ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଛନ୍ତି। ବୈଠକରେ ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ବୈଠକରେ ଯୋଗଦେଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ. ଜଗନମୋହନ ରେଡି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରମୁଖ ସଚିବ ଅଜୟ ଭଲ୍ଲା ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ଗୁଇନ୍ଦା ବିଭାଗ, ଏନଆଇଏ, ବିଏସଏଫ୍, ଏନଏସଜି, ସିଆରପିଏଫ୍ ଏବଂ ଏସଏସଜିର ଡିଜି ବୈଠକରେ ଉପସ୍ଥିତ ଅଛନ୍ତି। ଏହାସହ ଓଡ଼ିଶା ସମେତ ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡିକର ଗୃହ ଏବଂ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଛନ୍ତି।

Leave A Reply

Your email address will not be published.