ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ସିଆଲୋଏଣ୍ଡୋସ୍କୋପି ମାଧ୍ୟମରେ ଲାଳଗ୍ରନ୍ଥିରେ ଥିବା ବ୍ୟାଧିର ଚିକିତ୍ସା କଲେ ସମ୍ ସର୍ଜନ

0

ଭୁବନେଶ୍ୱର, ୦୬/୧୦: ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସିଆଲୋଏଣ୍ଡୋସ୍କୋପି ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରକ୍ରିୟା ତାହା ମାଧ୍ୟମରେ ଜଣେ ଯୁବକଙ୍କର ଲାଳଗ୍ରନ୍ଥିରେ ସମସ୍ୟାର ପରୀକ୍ଷଣ ଓ ଚିକିତ୍ସା କରି ତାଙ୍କର ସବ୍‌ମାଣ୍ଡିବୁଲାର ଡକ୍ଟରୁ ୨୭ଟି ପଥର କାଢ଼ିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ୧.୩ ମିଲିମିଟର ପରିମାପର ଏକ ଅତି ଛୋଟ ଏଣ୍ଡୋସ୍କୋପ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିବା ବେଳେ ଲାଳଗ୍ରନ୍ଥି ବାଟ ଦେଇ ସିଧା ସଳଖ ପଥର ଥିବା ସ୍ଥାନରେ ଏହି ଏଣ୍ଡୋସ୍କୋପ୍‌କୁ ପ୍ର୍ରବେଶ କରାଯାଇଥିଲା ବୋଲି ଏହି ଅସ୍ତ୍ରୋପଚାର କରିଥିବା ସମ୍ମମ୍‌ର ଇଏନ୍‌ଟି ଓ ସ୍କଲବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି । ଏହି ପ୍ରକ୍ରିୟା ଶେଷ ହେବା ପରେ ଗ୍ରନ୍ଥିଟି ପୁଣି କାର୍ଯ୍ୟକ୍ଷମ ହୋଇପାରିଛି ବୋଲି ସେ କହିଛନ୍ତି ।

ଲାଳଗ୍ରନ୍ଥିରେ ଥିବା ବିଭିନ୍ନ ସମସ୍ୟାର ଚିକିତ୍ସା ଓ ଅସ୍ତ୍ରୋପଚାର ନିମନ୍ତେ ଓଡିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ୨୦୨୧ ଅଗଷ୍ଟ ମାସରେ ସିଆଲୋଏଣ୍ଡୋସ୍କୋପି ପଦ୍ଧତି ଆରମ୍ଭ କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି । ଡାକ୍ତର ସାହୁ କହିଛନ୍ତି ଯେ ଅନେକ ଚିକିତ୍ସା କେନ୍ଦ୍ରରେ ଲାଳଗ୍ରନ୍ଥିରେ ପଥର ଭଳି ସମସ୍ୟା ଦେଖାଦେଲେ ରୋଗୀର ସଂପୂର୍ଣ୍ଣ ଗ୍ରନ୍ଥିଟିକୁ କାଢ଼ି ଦିଆଯାଏ ଯାହା ଫଳରେ ବେକରେ ଏକ ବଡ଼ ଦାଗ ସୃଷ୍ଟି ହୋଇଥାଏ । ତେବେ ସମ୍ମମ୍‌ରେ ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବିଭିନ୍ନ ବୟସର ଅନେକ ରୋଗୀ ଏହି ଚିକିତ୍ସାର ସୁବିଧା ଉଠାଇ ପାରୁଛନ୍ତି ଏବଂ ଏହା ଦ୍ୱାରା ରୋଗୀର ଲାଳଗ୍ରନ୍ଥିକୁ ସୁରକ୍ଷିତ ରଖାଯାଇପାରୁଛି ବୋଲି ସେ କହିଛନ୍ତି ।

ଦୁଇ ବର୍ଷ ମଧ୍ୟରେ ସମ୍ମମ୍‌ରେ ସିଆଲୋଏଣ୍ଡୋସ୍କୋପି ପଦ୍ଧତି ଆରମ୍ଭ ହେବା ଯୋଗୁଁ ପୂର୍ବ ଭାରତ ସମେତ ଅନ୍ୟ ଦେଶର ମଧ୍ୟ ଅନେକ ରୋଗୀ ଏହି ଚିକିତ୍ସା ନିମନ୍ତେ ଆସୁଛନ୍ତି ୟୁଏଇ, ନ୍ୟୁଜିଲାଣ୍ଡ, ନାଇଜେରିଆ ଏବଂ ଓମାନ୍‌ରେ ବାସ କରୁଥିବା ଅନେକ ପ୍ରବାସୀ ଭାରତୀୟ ଏହି ଚିକିତ୍ସା ନିମନ୍ତେ ଏହି ହସ୍ପିଟାଲକୁ ଆସିଥିବା ଡାକ୍ତର ସାହୁ କହିଛନ୍ତି । ସିଆଲୋଏଣ୍ଡୋସ୍କୋପି ଭଳି ପ୍ରକ୍ରିୟା ବ୍ୟବହାର ଦ୍ୱାରା ସିଆଲାଡେଂଟିସ୍ , ସିଆଲୋଥିଆସିସ୍ ଏବଂ ଲାଳଗ୍ରନ୍ଥିର ଅନ୍ୟାନ୍ୟ ଅବରୋଧକାରୀ ସମସ୍ୟାର ପରୀକ୍ଷଣ, ଚିକିତ୍ସା ଏବଂ ସର୍ଜରୀ ପରବର୍ତୀ ଚିକିତ୍ସା ସମ୍ଭବ ହୋଇପାରୁଛି ବୋଲି ଡାକ୍ତର ସାହୁ କହିଛନ୍ତି ।

ରୋଗୀଙ୍କ ସମ୍ପର୍କରେ ସଂପୂର୍ଣ୍ଣ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ଯୁବକ ଜଣକ ତାଙ୍କର ବାମ ପଟ ସବ୍‌ମାଣ୍ଡିବୁଲାର ଗ୍ରନ୍ଥିଟି ବାରମ୍ବାର ଫୁଲିବାର ଅଭିଯୋଗ ନେଇ ହସ୍ପିଟାଲ୍‌କୁ ଆସିଥିଲେ । ରୋଗୀଙ୍କୁ ମୁଖ୍ୟ ସମସ୍ୟା ଥିଲା ସେ ଯେତେବେଳେ କୌଣସି ମସଲାଯୁକ୍ତ ଖାଦ୍ୟ ଖାଉଥିଲେ ତାଙ୍କର ଗ୍ରନ୍ଥିଟି ଫୁଲିଯାଉଥିଲା ଏବଂ କିଛି ଘଂଟା ମଧ୍ୟରେ ଅପସରି ମଧ୍ୟ ଯାଉଥିଲା । ତେବେ ଏଥିରେ କୌଣସି ଯନ୍ତ୍ରଣା ନଥିଲା । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ସବ୍‌ମାଣ୍ଡିବୁଲାର ଡକ୍ଟରେ ଅନେକ ଗୁଡ଼ିଏ ପଥର ଥିବା ଜଣାପଡ଼ିଥିଲା । ସିଆଲୋଏଣ୍ଡୋସ୍କୋପି ଦ୍ୱାରା ଲେଜର୍ ଡର୍ମିଆ ବାସ୍କେଟ ପ୍ରକ୍ରିୟାରେ ୨୭ଟି ପଥର ବାହାର କରାଯାଇଛି ବୋଲି ଡାକ୍ତର ସାହୁ କହିଛନ୍ତି ।

Leave A Reply

Your email address will not be published.