ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ରଚିଛି ତାଣ୍ଡବ

0

ସିକିମ: ପ୍ରବଳ ବର୍ଷା ଯୋଗୁ ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ବିଭୀଷିକା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନିଖୋଜ ଯବାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି । ସେପଟେ ସିକିମ ବନ୍ୟାରେ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ୧୦୪ ନିଖୋଜ ଅଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।। ଏହି ପ୍ରଳୟଙ୍କାରୀ ବନ୍ୟାର ସିକିମା ଚୁଙ୍ଗଥାଙ୍ଗ ଡ୍ୟାମ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ନିମ୍ନମାନର କାମ ହେତୁ ଡ୍ୟାମଟିର ଚିହ୍ନବର୍ଣ୍ଣ ଲୋପ ପାଇ ଯାଇଥିବା ବେଳେ ତାହା ମାଟିରେ ମିଶି ଯାଇଥିବା କହିଛନ୍ତି ଖୋଦ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ।

ଉଲ୍ଲେଖଯୋଗ୍ୟ, ଉତ୍ତର ସିକ୍କିମର ଲୋନାକ ହ୍ରଦର ଉପରିଭାଗରେ ମଙ୍ଗଳବାର ରାତିରେ ହୋଇଥିଲା ବାଦଲ ଫଟା ବର୍ଷା। ଚୁଙ୍ଗଥାଙ୍ଗ ଡ୍ୟାମ ବିପଦସଙ୍କେତ ଡେଇଁବା ପରେ ତିସ୍ତା ନଦୀରେ ହଠାତ ବଢିଆସିଥିବା ବନ୍ୟାପାଣି। ଏପରିକି ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା। ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ଭାସି ଯାଇଛି। ପଶ୍ଚିମବଙ୍ଗ ସହ ସିକିମକୁ ଯୋଡୁଥିବା ଜାତୀୟ ରାଜପଥର ବହୁ ଭାଗ ନିଶ୍ଚିହ୍ନ ହୋଇଛି। ତିସ୍ତା ନଦୀରେ ପାଣି ଆସିବାରୁ ଏହାର ପ୍ରଭାବ ପଡୋଶୀ ପଶ୍ଚିମବଂଗ ଅଂଚଳରେ ମଧ୍ୟ ପଡିଛି।

Leave A Reply

Your email address will not be published.