ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

ପୂଜା ପାଇଁ ବିଏମସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ

0

ଭୁବନେଶ୍ବର: ଶାରଦୀୟ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ବିଏମସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ରାଜଧାନୀର ୧୮୫ଟି ପୂଜା ମଣ୍ଡପର ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୂଜା ମଣ୍ଡପ ନିକଟରେ ଥିବା ରାସ୍ତା ସମସ୍ୟା, ଲାଇଟ୍ ସମସ୍ୟା, ପରିମଳ ବ୍ୟବସ୍ଥା, ମୁକୁଳା ଡ୍ରେନ୍ ସମସ୍ୟା ନେଇ ପୂଜା କମିଟିର ସଦସ୍ୟମାନେ ଅବଗତ କରାଇଥିଲେ । ଚଳିତ ବର୍ଷ ଦୁର୍ଗାପୂଜାକୁ ପଲିଥିନ୍ ମୁକ୍ତ ପୂଜା କରିବା ସହ ପରିମଳକୁ ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷ କରି ପୂଜା ପୂର୍ବରୁ ସମସ୍ତ ରାସ୍ତାକୁ ମରାମତି କରିବା ସହ ରାସ୍ତାରେ ଧସି ରହିଥିବା ଗଛକୁ କାଟିବା ପାଇଁ ସଂପୃକ୍ତ ବିଭାଗ ଗୁଡିକକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପୂଜା ମଣ୍ଡପ ନିକଟରେ ଏକ କଣ୍ଟ୍ରୋଲରୁମ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲରୁମରେ ଜଣେ ଅଧିକାରୀ ରହିବା ସହ ସ୍ଥାନୀୟ କର୍ପୋରେଟର ସବୁ ବୁଝିବେ ବୋଲି କୁହାଯାଇଛି । ବୈଠକରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ, ଟାଟା ପାଓ୍ବାର, ଓ୍ବାଟକୋ ଅଧିକାରୀ, ପୂର୍ତ୍ତ ବିଭାଗର ଅଧିକାରୀ ଏବଂ ଅଗ୍ନିଶମ ବାହିନୀର ଅଧିକାରୀମାନେ ଉପସ୍ଥିତ ଥିଲେ । ପୂଜା, ରାବଣପୋଡି ସହ ଭସାଣିକୁ ସୁରୁଖୁରୁରେ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି ।

Leave A Reply

Your email address will not be published.