ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

୨୦୨୪ ଜାନୁଆରୀ ପହିଲାରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ଶିଳାନ୍ୟାସ

0

ଭୁବନେଶ୍ୱର: ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ୨୦୨୪ ଜାନୁୟାରୀ ପହିଲା ନୂଆବର୍ଷ ଦିନ ଶିଳାନ୍ୟାସ କରାଯିବ । ୪ବର୍ଷ ମଧ୍ୟରେ ଏହି ମେଟ୍ରୋ ଟ୍ରେନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏବାବଦରେ ମୋଟ ୫୯୨୯କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ପ୍ରକଳ୍ପ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ଟ୍ରେନର ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅନୁମୋଦନ କରିଛନ୍ତି ଏବଂ ଏହି ପ୍ରକଳ୍ପ ଫାଇଭ-ଟି ଉପକ୍ରମରେ ହାତକୁ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ଓ ୪୮ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରକଳ୍ପକୁ ୨୦୨୪ ଜାନୁୟାରୀ ପହିଲାରେ ଶିଳାନ୍ୟାସ କରିବେ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯିଏକି ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବେ । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ୨୧୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଭୁବନେଶ୍ୱର ବିମାନ ବନ୍ଦରଠୁ ତ୍ରିଶୁଳିଆ ଛକ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ବର୍ତ୍ତମାନର ରୋଡ୍ ମଝି କିମ୍ବା ପାଶ୍ୱର୍ରେ ଏହି ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଉପରେ ରେଳମାର୍ଗ ନିର୍ମାଣ ହେବ । ନନ୍ଦନକାନନ, କିଟ୍ ଛକ, ଡମଣା ଛକ, ଜୟଦେବ ବିହାର, ବାଣୀବିହାର, ରାମମନ୍ଦିର, ଭୁବନେଶ୍ୱର ରେଳ ଷ୍ଟେସନ, ବାପୁଜୀ ନଗର, ଶିଶୁଭବନ ଛକ ଓ କ୍ୟାପିଟାଲ ହସ୍ପିଟାଲ ଛକରେ ଏହି ମେଟ୍ରୋ ଷ୍ଟେସନ ରହିବ ।

Leave A Reply

Your email address will not be published.