ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା

0

ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ନୀଳକଣ୍ଠ ନଗରରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ ସୌଦାମିନୀ ରଥ। ସୌଦାମିନୀ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟା ଥିଲେ। 

ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରିଛି। ସୌଦାମିନୀ କାହା ସହ ମୋବାଇଲରେ କଥା ହେଉଥିବା ସମୟରେ କେହି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ମିଳିଛି। ଗୋଷାଣୀ ନୂଆଗାଁ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ନିଜ ଡ୍ରାଇଭରର ସମ୍ପୃକ୍ତି ସନ୍ଦେହ କରାଯାଇଛି। 

ଏଥିପାଇଁ ଡ୍ରାଇଭର ସୀମାଞ୍ଚଳ ସାହୁଙ୍କୁ ଅଟକ ରଖାଯାଇଛି। ୩ମାସ ହେଲା ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ ସୀମାଞ୍ଚଳ। ତେବେ ହତ୍ୟାକାଣ୍ଡର କାରଣ ଏଯାଏ ଜଣା ପଡିନାହିଁ। ଅଟକ ଡ୍ରାଇଭର ନିକଟରୁ ରକ୍ତଭିଜା ବସ୍ତ୍ର ଜବତ ହୋଇଛି। ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.