ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହୁରୁନ ପକ୍ଷରୁ ଭାରତର ଧନୀ ତାଲିକା ପ୍ରକାଶ

0

ନୂଆଦିଲ୍ଲୀ: ବୁଧବାର ହୁରୁନ ପକ୍ଷରୁ ଭାରତର ଧନୀ ତାଲିକା ପ୍ରକାଶ ପାଇଛି । ୩୬୦ ୱାନ୍ ୱେଲ୍ଥ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀଙ୍କୁ ପଛରେ ପକାଇଛନ୍ତି। ହୁରୁନ୍ ଇଣ୍ଡିଆ ଏବଂ ୩୬୦ ୱାନ୍ ୱେଲ୍ଥ  ମିଶି ଜାରି କରିଥିବା ତାଲିକାରେ ଗୌତମ ଅଦାନୀଙ୍କ ସମ୍ପତ୍ତି ମୁକେଶ ଅମ୍ବାନୀଙ୍କ ତୁଳନାରେ ବହୁତ କମ୍ ଥିବା ଦେଖାଯାଇଛି। କାରଣ ଜାନୁଆରି ମାସରେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍ର ମୋଟ ସମ୍ପତ୍ତି ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଏହା ପୂର୍ବରୁ ସେ ଭାରତର ୧ନଂ ଧନୀ ହୋଇ ରହିଆସୁଥିବା ବେଳେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ସବୁ ବିଗାଡ଼ି ଦେଇଥିଲା।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୦୧୪ରେ ୧,୬୫,୧୦୦କୋଟି ଥିବା ବେଳେ ୨୦୨୩ ମସିହାରେ ଏହା ବଢ଼ି ପ୍ରାୟ ୮,୦୮,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଛନ୍ତି ମୁକେଶ। ଏହା ସହ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ୪୭୪,୮୦୦କୋଟି ଟଙ୍କାର ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ୍ ଏସ୍ ପୁନାୱାଲା ଭାରତର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୨,୭୮,୫୦୦ କୋଟି ଟଙ୍କା।

ଏଚସିଏଲର ପ୍ରତିଷ୍ଠାତା ଶିବ ନାଦରଙ୍କ ମୋଟ ସମ୍ପତ୍ତି ୨,୨୮,୯୦୦ କୋଟି ଟଙ୍କା ରହିଥିବା ବେଳେ ସେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିଭଳି ୧, ୭୬, ୫୦୦କୋଟି ଟଙ୍କା ସହିତ ପଞ୍ଚମ ସ୍ଥାନରେ ଅଛନ୍ତି ଗୋପିଚାନ୍ଦ ହିନ୍ଦୁଜା।

Leave A Reply

Your email address will not be published.