ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ହୁରୁନ ପକ୍ଷରୁ ଭାରତର ଧନୀ ତାଲିକା ପ୍ରକାଶ

0

ନୂଆଦିଲ୍ଲୀ: ବୁଧବାର ହୁରୁନ ପକ୍ଷରୁ ଭାରତର ଧନୀ ତାଲିକା ପ୍ରକାଶ ପାଇଛି । ୩୬୦ ୱାନ୍ ୱେଲ୍ଥ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀଙ୍କୁ ପଛରେ ପକାଇଛନ୍ତି। ହୁରୁନ୍ ଇଣ୍ଡିଆ ଏବଂ ୩୬୦ ୱାନ୍ ୱେଲ୍ଥ  ମିଶି ଜାରି କରିଥିବା ତାଲିକାରେ ଗୌତମ ଅଦାନୀଙ୍କ ସମ୍ପତ୍ତି ମୁକେଶ ଅମ୍ବାନୀଙ୍କ ତୁଳନାରେ ବହୁତ କମ୍ ଥିବା ଦେଖାଯାଇଛି। କାରଣ ଜାନୁଆରି ମାସରେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍ର ମୋଟ ସମ୍ପତ୍ତି ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଏହା ପୂର୍ବରୁ ସେ ଭାରତର ୧ନଂ ଧନୀ ହୋଇ ରହିଆସୁଥିବା ବେଳେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ସବୁ ବିଗାଡ଼ି ଦେଇଥିଲା।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୦୧୪ରେ ୧,୬୫,୧୦୦କୋଟି ଥିବା ବେଳେ ୨୦୨୩ ମସିହାରେ ଏହା ବଢ଼ି ପ୍ରାୟ ୮,୦୮,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଛନ୍ତି ମୁକେଶ। ଏହା ସହ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ୪୭୪,୮୦୦କୋଟି ଟଙ୍କାର ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ୍ ଏସ୍ ପୁନାୱାଲା ଭାରତର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୨,୭୮,୫୦୦ କୋଟି ଟଙ୍କା।

ଏଚସିଏଲର ପ୍ରତିଷ୍ଠାତା ଶିବ ନାଦରଙ୍କ ମୋଟ ସମ୍ପତ୍ତି ୨,୨୮,୯୦୦ କୋଟି ଟଙ୍କା ରହିଥିବା ବେଳେ ସେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିଭଳି ୧, ୭୬, ୫୦୦କୋଟି ଟଙ୍କା ସହିତ ପଞ୍ଚମ ସ୍ଥାନରେ ଅଛନ୍ତି ଗୋପିଚାନ୍ଦ ହିନ୍ଦୁଜା।

Leave A Reply

Your email address will not be published.