ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

0

ଭୁବନେଶ୍ୱର, ୧୧/୧୦: ସାମ୍ପ୍ରତିକ ପ୍ରତିକୂଳ ଅବସ୍ଥାରେ ମାନସିକ ସନ୍ତୁଳନ ବଜାୟ ରଖିବା ଓ ଏହି ସମସ୍ୟାର ସଫଳ ଉପଚାରର ଆବଶ୍ୟକତା ଉପରେ ମଙ୍ଗଳବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ଗୁରୁତ୍ୱାରୋପ କରିଛନ୍ତି ।

ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଓ ପ୍ରସିଦ୍ଧ ଅଭିନେତା ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଦୈନନ୍ଦିନ ଜୀବନରେ ଶୃଙ୍ଖଳା କିପରି ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମତ୍ରା ମିଶ୍ର ସ୧ାନିତ ଅତିଥି ଭାବେ ଯୋଗ ଦେଇ ମାନସିକ ସ୍ୱାସ୍ଥ୍ୟର ମହତ୍ୱ ଓ ଏହାର ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଚଳିତ ବର୍ଷ ମାନସିକ ସ୍ୱାସ୍ଥ୍ୟ ଦିବସର ଥିମ୍ “ମେଂଟାଲ୍ ହେଲ୍‌ଥ ଇଜ୍ ଏ ୟୁନିଭର୍ସାଲ୍ ହ୍ୟୁମାନ୍ ରାଇଟ୍‌” ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା । ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ରାକେଶ ମହାନ୍ତି ମାନସିକ ରୋଗୀଙ୍କ ଅଧିକାର ବିଷୟରେ ବକ୍ତବ୍ୟ ରଖିଥିଲେ । ସେହିପରି ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ମାନସିକ ରୋଗ ବିଭାଗର ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ଅମିୟ ସାହୁ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ସୌମ୍ୟରଞ୍ଜନ ଦାଶ, ଡାକ୍ତର ନିର୍ଲିପ୍ତ ଦାଶ, ଡାକ୍ତର କିର୍ତୀ ଅନୁରାଗ, ଡାକ୍ତର ରୁପେଶ ସେନାପତି, ଡାକ୍ତର ସୁଜାତା ସାହୁ, ଡାକ୍ତର ଆଶିଷ ଆଶୁତୋଷ ଚୌଧୁରୀ ଯୋଗ ଦେଇଥିଲେ । ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.