ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଫଗାନିସ୍ତାନକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

0

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଭାରତର ବୃହତ୍ତ ବିଜୟ। ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ଟିମ୍ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ୫୦ ଓଭରରେ ୨୭୨ ରନ କରିବାରେ ସମର୍ଥ ହୋଇଥିଲା ଆଫଗାନିସ୍ତାନ । ତେବେ ୨୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅତି ସହଜରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳି ଆଫଗାନ ବୋଲରଙ୍କୁ ପ୍ରେସରରେ ପକାଇଥିଲେ ଭାରତର କ୍ୟାପଟେନ ତଥା ଷ୍ଟାର ଓପନର ରୋହିତ ଶର୍ମା । 

ଭାରତୀୟ କ୍ରିକେଟର ରୋହିତ ଶର୍ମା ବୁଧବାର ଦିନ ଆଫଗାନିସ୍ତାନ ବିରୋଧରେ ଶତକ ହାସଲ କରିଛନ୍ତି। ନିଜର ୧୯ତମ ଦିନିକିଆ ବିଶ୍ବକପ ମ୍ୟାଚରେ ସେ ସପ୍ତମ ଶତକ ହାସଲ କରିଛନ୍ତି। ଏହା ପୁଣି ୬୩ଟି ବଲରେ ହାସଲ କରିଛନ୍ତି। ଏହି ରେକର୍ଡ ହାସଲ କରିବାରେ ରୋହିତ ହେଉଛନ୍ତି ପ୍ରଥମ। ସେ ବିଶ୍ବକପରେ ସର୍ବାଧିକ ୭ଟି ଶତକ ହାସଲ କରିପାରିଛନ୍ତି। ତାଙ୍କ ତଳକୁ ସଚିନ ତେନ୍ଦୁଲକର ୬ଟି ଶତକ ହାସଲ କରିଥିଲେ। ସ୍ଥାନୀୟ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ହିଟ୍ମ୍ୟାନ ଏକାଧିକ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ବିଶ୍ବକପରେ ଆଜି ୧୦୦୦ ରନ୍ ପୂରା କରିଛନ୍ତି।

Leave A Reply

Your email address will not be published.