ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

0

କେନ୍ଦୁଝର: କେନ୍ଦୁଝରରେ ଥିବା ଏକ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଲେ । ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ସୂଚନାନୁସାର; ଗତକାଲି ରାତିରେ ୪ ଜଣ ବନ୍ଧୁକଧାରୀ ବାଂଶପାଳ ବ୍ଲକ ନୟାକୋଟ ଥାନା ଫୁଲଝର ସ୍ଵପ୍ନେଶ୍ୱର ପେଟ୍ରୋଲ ପମ୍ପରେ ହୋଇଛି ବଡଧରଣର ଡକାୟତି । ପେଟ୍ରୋଲ୍ ପମ୍ପର ଆଇରନ୍ ଚେଷ୍ଟରୁ ଆରମ୍ଭ କରି ସିସିଟିଭି ପର୍ଯ୍ୟନ୍ତ ସବୁ ଲୁଟିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଥିବାବେଳେ, ଆଜି ସଦର ଏସଡ଼ିପିଓ ଓ ଫୋରେନସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ୍ ଘଟଣାସ୍ଥଳରୁ ୨ଟି ଫୁଟା ଓ ୩ଟି ଅଫୁଟା ଗୁଳି ଜବତ କରିଥିବା ବେଳେ ପମ୍ପ ନିକଟସ୍ଥ ପଡିଆରୁ ଲକରକୁ ମଧ୍ୟ ଉଦ୍ଧାର କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୪ ଜଣ ଲୁଟେରା ଲୁଟ କରିଥିବାବେଳେ ଏବେ ତଦନ୍ତ ଜାରି ରହିଛି। 

Leave A Reply

Your email address will not be published.