ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ନ୍ୟାସ୍‌ନାଲ୍ ଗେମ୍ସରେ ପ୍ରତିନିଧିତ୍ୱ କରିବେ ସୋଆର ଫ୍ୟାକଲ୍ଟି ଓ ଦୁଇ ଛାତ୍ରୀ

0

ଭୁବନେଶ୍ୱର, ୧୯/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ଫ୍ୟାକଲ୍ଟି ଓ ଦୁଇ ଜଣ ଛାତ୍ରୀ ଆସନ୍ତା ଅକ୍ଟୋବର ୨୫ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ଆୟୋଜିତ ହେବାକୁ ଥିବା ୩୭ତମ ନ୍ୟାସ୍‌ନାଲ୍ ଗେମ୍ସରେ ମିନି ଗଲ୍ଫ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ । ଏହି ଆଥଲେଟ୍‌ମାନେ ହେଲେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ବିବିଏ ଏଲଏଲ୍‌ବି (ଅନର୍ସ)ର ତୃତୀୟ ବର୍ଷର ଦୁଇ ଜଣ ଛାତ୍ରୀ ଅମ୍ରିତା ଦାସ ଓ ଆଦ୍ୟାଶା ମିଶ୍ର ।

ଏହି ପରିପ୍ରେକ୍ଷୀରେ ୩ ଜଣ ଖେଳାଳୀ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ସାକ୍ଷାତ କରିଥିବା ବେଳେ ସେ ପ୍ରତିଯୋଗିତାରେ ସେମାନଙ୍କର ସଫଳତା କାମନା କରଥିଲେ । କୁଳପତିଙ୍କ ସାକ୍ଷାତ କରିବା ସମୟରେ ଓଡ଼ିଶା ମିନି ଗଲ୍ଫ ଆସୋସିଏସନ୍‌ର କନ୍‌ସଲଟାଂଟ ଶ୍ରୀ ପ୍ରସନଜୀତ ପତି ଏବଂ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ନ୍ୟାସ୍‌ନାଲ୍ ଗେମ୍ସରେ ମିନି ଗଲ୍ଫକୁ ଅନ୍ତର୍ଭୁକ୍ତ କରାଯାଇଛି ।

Leave A Reply

Your email address will not be published.