ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ରାଜଧାନୀରେ ଦୁଇ ଦିନିଆ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଦ୍ଵାରା ମିଲେଟ ସମ୍ବନ୍ଧୀୟ ଏକ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ। ଭୁବନେଶ୍ବର ଜନତା ମିଇଦାନରେ ନଭେମ୍ବର ୯ ଓ ୧୦ ତାରିଖରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠତ ହେବ। ଗତ ବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି।

ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଏବଂ ଏଥିପ୍ରତି ଜନସଚେତନତା ବୃଦ୍ଧି କରିବା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି। ଦୁଇ ଦିନିଆ ସମ୍ମିଳନୀରେ ୩୨ଟି ଅଧିବେଶନ ହେବ। ମାଣ୍ଡିଆ ଉପରେ ଆନ୍ତଜାତୀୟ ସମ୍ମିଳନୀ ଆୟୋଜନ ଓଡ଼ିଶା ସାରା ଭାରତରେ ପ୍ରଥମ। ଦୁଇ ଦିନିଆ ଆନ୍ତଜାତୀୟ ସମ୍ମିଳନୀର ଥିମ ‘ସୁସ୍ଥ ମିଲେଟ ସୁସ୍ଥ ଜୀବନ’ ରଖାଯାଇଛି। ଏବେ ଧାନ ପରି ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି। ୨ ଲକ୍ଷ ୬୦ ହଜାର ହେକ୍ଟରରେ ଏବେ ଚାଷ ହେଉଛି। ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି।

ରାଜ୍ୟର ମଡେଲକୁ ନୀତି ଆୟୋଗ ଗ୍ରହଣ କରି ଅନ୍ୟ ରାଜ୍ୟକୁ କରିବାକୁ କହିଛି। ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଆଦିବାସୀମାନେ ପ୍ରଥମ ଥର ପାଇଁ ଏମ୍‌ଏସ୍‌ପି ପାଉଛନ୍ତି। ଲୋକଙ୍କ ଭିତରେ ଆଦୃତ କରିବା ପାଇଁ ଏ କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆପେକ୍ସ କମିଟି ଗଠନ କରାଯାଉଛି। ଏ କାର୍ଯ୍ୟକ୍ରମ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇ ପାରିବ। ସୂଚନାଯୋଗ୍ୟ, ବର୍ତ୍ତମାନ ୧୭୭ଟି ବ୍ଲକରେ ମିଲେଟ ଚାଷ ହେଉଛି ହେଉଛି।

Leave A Reply

Your email address will not be published.