ପ୍ରମୁଖ ଖବର

ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ: ନବୀନଙ୍କୁ ଚିଠି ଲେଖି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ବିଜେଡି ନେତା ରାଜା ଚକ୍ରଙ୍କ ୧୦ ସ୍ଥାନରେ ଚଢାଉ
ମାଧବୀ ପୁରୀ ବୁଚ୍‌ଙ୍କୁ ମିଳିଲା ଆଶ୍ଵସ୍ତି, ରୁଜୁ ହେବ ନାହିଁ ଏଫଆଇଆର୍
ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ
ମାର୍ଚ୍ଚ ୫ ପାଳନ ହେବନି ପଞ୍ଚାୟତିରାଜ ଦିବସ, ଖୋଲା ରହିବ ସମସ୍ତ ସ୍କୁଲ
ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଫାଇନାଲରେ ଟିମ୍ ଇଣ୍ଡିଆ
ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ: ଫିଜିକାଲ ଟେଷ୍ଟ ବେଳେ ୨ ଆଶାୟୀଙ୍କ ମୃତ୍ୟୁ: ୪ ଲକ୍ଷ ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର
ବଳବତ୍ତର ରହିଲା ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା

ପ୍ରମୋଦଙ୍କୁ ୨ କୋଟି ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଏସିଆନ ପାରା ଗେମ୍ସରେ ପଦକ ଜିତି ଥିବା ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ତା’ ସହିତ ଉଭୟଙ୍କୁ ପୁରସ୍କାର ସ୍ୱରୂପ ପୂର୍ବରୁ ଘୋଷଣା କରିଥିବା ଅର୍ଥ ରାଶି ପ୍ରଦାନ କରିଛନ୍ତି। ପ୍ରମୋଦ ଭଗତଙ୍କୁ ୨ କୋଟି ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ତିନିଟି ପଦକ ଜିତିଥିଲେ। ତା’ ମଧ୍ୟରେ ଥିଲା ଗୋଟିଏ ସ୍ୱର୍ଣ୍ଣ ପଦକ ଓ ଦୁଇଟି ବ୍ରୋଞ୍ଜ ପଦକ। ପୁରୁଷ ଏକକ ଏସ୍‌ଏଲ୍‌ ୩ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ ପୁରୁଷ ଡବଲ୍ସ ଓ ଏସ୍‌ଏଲ୍‌୩-ଏସ୍‌ୟୁ୫ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ସେହିପରି ଚେସ୍‌ରେ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଟିମ୍ ରାପିଡ୍ ଭି୧ ବି୧ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଇଣ୍ଡିଭିଜୁଆଲ ରାପିଡ୍ ଭି୧ବି୧ରେ ରୌପ୍ୟ ପଦକ ଜିତ

ପ୍ରମୋଦ ଓ ସୌନ୍ଦର୍ଯ୍ୟଙ୍କୁ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ଏହି ଦୁଇ ପାରା ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କରି ସେ ଗର୍ବ ଅନୁଭବ କରୁଛନ୍ତି। ସେମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆଗକୁ ମଧ୍ୟ ଉଭୟଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଖେଳରେ ଆଗକୁ ଯିବା ପାଇଁ ସମର୍ଥନ ଓ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନ।

Leave A Reply

Your email address will not be published.