ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା

0

ପୁରୀ: ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ କରାଯିବ ସମ୍ପୂର୍ଣ୍ଣ ନିଷେଧ । ଏଥିପାଇଁ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି। ଜାନୁଆରୀ ୧ରୁ  ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ତାଙ୍କର ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଏପରିକି ସେବାୟତଙ୍କୁ ବି ପାନଗୁଟୁକା ଖାଇବା ଉପରେ କଟକଣା ଲାଗିଲା।

ଉଲ୍ଲେଖଯୋଗ୍ୟ; ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମାତ୍ର ଭିତରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବି ପାନ, ଗୁଟୁଖା ଖାଇ ମନ୍ଦିରରେ ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଧରା ପଡ଼ିଲେ ଫାଇନ୍‌ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର କେହି ଏହାକୁ ମାନି ନଥିଲେ, ଫଳରେ ମନ୍ଦିର ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।

ତେଣୁ ପୁଣି ଥରେ ଏହି ନିୟମ ଲାଗୁ କରାଯିବା ସହ ଏଥିନିମନ୍ତେ ଆଜିଠୁ ଲୋକଙ୍କୁ ସଚେତନା କରାଯିବ । ଏଥିସହ ଆଉ ଦେଢ ମାସ ପରେ ଅର୍ଥାତ ଜାନୁୟାରୀ ପହିଲାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବ । ମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତ, ପୂଜକ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ, ପୁଲିସ୍‌ କର୍ମଚାରୀ ସମସ୍ତଙ୍କ ପାଇଁ ଏହି ନିୟମକୁ ସମାନ ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.