ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ

0

ମୁମ୍ବାଇ: ଚଳିତ ବିଶ୍ବକପରେ ସମସ୍ତ ମ୍ୟାଚ୍ ଜିତିବା ସହ ଫାଇନାଲରେ ପ୍ରବେଶ କରିଛି ଭାରତ। ନ୍ୟୁଜିଲାଣ୍ଡକୁ  ୭୦ ରନରେ ହରାଇଲା ରୋହିତ ବାହିନୀ । ମହମ୍ମଦ ସାମିଙ୍କ ଘାତ ବୋଲିଂ ଦଳକୁ ବିଜୟର ସ୍ବାଦ ଚଖାଇଛି । ସାମି ୭ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲକୁ ଗଲା ଟିମ ଇଣ୍ଡିଆ । କଡ଼ା ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଛି ଟିମ୍ ଇଣ୍ଡିଆ । ଏହାସହିତ ୨୦୧୯ ସେମିଫାଇନାଲର ପ୍ରତିଶୋଧ ନେଇଛି ଭାରତ । ଟିମ୍ ଇଣ୍ଡିଆର ବିଶାଳ ୩୯୮ରନର ଟାର୍ଗେଟକୁ ପିଛା କରି ୩୨୭ ରନରେ ଅଲଆଉଟ ହୋଇଗଲା ନ୍ୟୁଜିଲାଣ୍ଡ । ଭାରତର ମହମ୍ମଦ ସାମି ସର୍ବାଧିକ ୭ଓ୍ବିକେଟ ନେଇଥିବାବେଳେ ବୁମରା, ସିରାଜ ଓ କୁଲଦୀପ ଗୋଟିଏ ଲେଖାଏ ଓ୍ବିକେଟ ନେଇଥିଲେ ।

ଉଲ୍ଲେଖଯୋଗ୍ୟ, ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଏକ ବଡ଼ ସ୍କୋର ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ ବି ଅଳ୍ପକେ ଅର୍ଦ୍ଧଶତକରୁ (୪୭ ରନ) ବଞ୍ଚିତ ହୋଇଥିଲେ । ସେହିପରି ଶୁଭମନ ଗିଲ୍ ୭୯ ରନ କରି ଏକ ଶତକ ଆଡକୁ ଗତି କରୁଥିବାବେଳେ ସେ ରିଟାୟାର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ ।

ତେବେ ଶେଷ ଓଭରରେ ସେ ପୁଣି ଥରେ ଫେରିଥିଲେ । କିନ୍ତୁ ଆଜି ମ୍ଯାଚର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୫୦ ତମ ଶତକ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ । ବିରାଟ ୧୧୭ ରନ ଓ ଆୟର ୧୦୫ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୯୭ ରନ୍ କରିଥିଲା।

Leave A Reply

Your email address will not be published.