ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭିଏତନାମ ଓ ସୋଆ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବୁଝାମଣା

0

ଭୁବନେଶ୍ୱର, ୧୫/୧୧ : ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ଏହି ବୁଝାମଣାପତ୍ର ଅନୁଯାୟୀ ଭାରତ ଏବଂ ଭିଏତନାମ୍ ମଧ୍ୟରେ ଶିକ୍ଷାଗତ କାର୍ଯ୍ୟକଳାପ , ସାଂସ୍କୃତିକ ବିନିମୟ ସହ ଦୁଇ ଦେଶରେ ମଧ୍ୟରେ ବନ୍ଧୁତ୍ୱକୁ ବୃଦ୍ଧି କରିବା ।

ଏହି ଅବସରରେ ସୋଆ ଓ ଭିଏତନାମ ସ୍ଥିତ ଭିନ୍ ଲଙ୍ଗ୍ ୟୁନିଭର୍ସିଟି ଅଫ୍ ଟେକ୍‌ନୋଲୋଜି ଏଜୁକେସନ୍ (ଭିଏଲ୍‌ୟୁଟିଇ) , ଭିଏତନାମ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍‌, ଲଙ୍ଗ୍ ହୋ ଏବଂ ଭିନ୍ ଲଙ୍ଗ୍ ସିଟି ସ୍ଥିତ ପୁଟିନ ଆନିମଲ ଫିଡ୍ କମ୍ପାନି ଲିମିଟେଡ୍ ମଧ୍ୟରେ ଅନ୍ୟ ତିନୋଟି ପୃଥକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା । ଭିଏତନାମ ପ୍ରତିନିଧି ଦଳ ଭିନ୍ ଲଙ୍ଗ୍ ପ୍ରଦେଶ ପିପୁଲ୍ସ କମିଟିର ଉପାଧ୍ୟକ୍ଷ ଡ.ଏନଗୁଏନ ଥି କୁଏନ ଥାନଙ୍କ ନେତୃତ୍ୱରେ ଓଡିଶା ଆସିଛନ୍ତି । ଭିନ୍ ଲଙ୍ଗ୍ ପ୍ରଦେଶ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ଏବଂ ସୋଆ ମଧ୍ୟରେ ସ୍ୱାକ୍ଷରିତ ଏମ୍‌ଓୟୁରେ ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସୁଯୋଗ ସୃଷ୍ଟି କରିବା ଏବଂ ସାଂସ୍କୃତିକ ଏବଂ ଛାତ୍ର – ଶିକ୍ଷକ ବିନିମୟ ମାଧ୍ୟମରେ ପାରସ୍ପରିକ ସମ୍ପର୍କ ଏବଂ ବୁଝାମଣା କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ସୂଚନା ପ୍ରଯୁକ୍ତିବିଦ୍ୟା, ନାନୋଟେକ୍ନୋଲୋଜି , ସାଇବର ସୁରକ୍ଷା, ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଭିଏତନାମ ଏବଂ ଭାରତୀୟ ସାଂସ୍କୃତିକ ଅଧ୍ୟୟନ ଏବଂ ବିନିମୟ କୁ ପ୍ରୋତ୍ସାହନ ଦେବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ କରାଯିବ । ଉଭୟ ପକ୍ଷ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସହଯୋଗ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅଗ୍ରଗତିକୁ ଅର୍ଥନୈତିକ ବିକାଶରେ ପରିବର୍ତନ ତଥା କୃଷି ଅର୍ଥନୀତି ଉପରେ ବିଶେଷ ଗୁରୁତ୍ୱ ଦେବେ ।

ସୋଆ ଏବଂ ଭିଏଲୟୁଟିଇ ମଧ୍ୟରେ ହୋଇଥିବା ଏହି ବୁଝାମଣାର ଉଦ୍ଦେଶ୍ୟ ହେଲା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା, ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଅନ୍ୟମାନଙ୍କ ବିନିମୟ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଭିଏଲୟୁଟିଇ ଅଧ୍ୟାପକମାନଙ୍କୁ ସୋଆ ଦ୍ୱାରା ପ୍ରଦାନ କରାଯାଉଥିବା ପିଏଚ୍‌ଡି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁଯୋଗ ଦେବା ।

ସେହିପରି ସୋଆ ଏବଂ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍ ମଧ୍ୟରେ ସ୍ୱାକ୍ଷରିତ ଏମ୍‌ଓୟୁର ଉଦ୍ଦେଶ୍ୟ ସହଯୋଗମୂଳକ ଏବଂ ବହୁମୁଖୀ ଗବେଷଣା ପ୍ରକଳ୍ପର ବିକାଶ ମାଧ୍ୟମରେ ଜ୍ଞାନ ପ୍ରସାରିତ କରିବା ମିଳିତ ଭାବେ ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ , ଗବେଷଣା ଏବଂ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ବିନିମୟ । ଭିଏତନାମ ଛାତ୍ରଛାତ୍ରୀଙ୍କ ପାଇଁ ସଫ୍ଟ ସ୍କିଲ୍ ଟ୍ରେନିଂ, କନ୍‌ସଲଟିଂ ଏବଂ କ୍ୟାରିୟର ଓରିଏଟେଂସନ୍ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋଆ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଭିଏତନାମର ଏହି କମ୍ପାନୀ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏମ୍‌ଓୟୁରେ ସ୍ୱାକ୍ଷର କରିଥିବା ବେଳେ ଭିନ୍ ଲଙ୍ଗ୍ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଟ୍‌ରୁଓଙ୍ଗ୍ ଥାନ୍ ନୁଆନ୍ ସ୍ୱାକ୍ଷର କରିଥିଲେ ।

ଅନ୍ୟ ଏମ୍‌ଓୟୁରେ ଭିଏଲ୍‌ୟୁଟିଇର ଭାଇସ୍ ରେକ୍ଟର ଡ. ଏନଗୁଏନ୍ ମିନ ସାଙ୍ଗ , ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍ ର ଆସୋସିଏଟ୍ ପ୍ରଫେସର ଲୁଓଙ୍ଗ ମିନ କୁ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ର ନିର୍ଦ୍ଦେଶକ ଏନଗୁଏନ୍ ଟାନ ଥୁ ସ୍ୱାକ୍ଷର କରିଥିଲେ । ସୋଆ ଆନ୍ତର୍ଜାତିକ ସମ୍ପର୍କ ଏବଂ ବିଶ୍ୱବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଭିଏତନାମ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍‌ସେଲର୍ ପ୍ରଫେସର ଶିତିକଣ୍ଠ ମିଶ୍ର, କଟ୍ରୋଂଲର ଅଫ୍ ଏଗ୍‌ଜାମିନେସନ୍ପ୍ର ଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ ମ୍ୟାନେଜମେଂଟ ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ସା ଇନ୍‌ସେସ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍‌ସେସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.