ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

ସୋଆ ଜାଗୋ ପକ୍ଷରୁ ସ୍କୁଲ୍‌ବ୍ୟାଗ୍ ବଂଟନ

0

ଭୁବନେଶ୍ୱର,୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍‌) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ ବଂଟନ କରାଯାଇଛି। ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି।

ଆଇଟିଇଆର୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ତଥା ଜାଗୋର ମେଂଟର ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ସ୍କୁଲ୍ ବ୍ୟାଗ୍ ବାଂଟି ଥିଲେ । ଏହି ଅବସର ରେ ଶ୍ରୀମତି ଦାସ କହିଥିଲେ ଯେ ସୋଆ ସବୁବେଳେ ସମାଜ ର ଉନ୍ନତି ଦିଗରେ ଉଦ୍ୟମ କରିଆସିଛି । ଜାଗୋର ଏହି ସ୍କୁଲ୍ ବ୍ୟାଗ ବଂଟନ କାର୍ଯ୍ୟକ୍ରମ ଏହି ଦିଗରେ ଏକ କ୍ଷୁଦ୍ର ଉଦ୍ୟମ । ପାଖ ବସ୍ତିର ପିଲାମାନେ ଏହା ଦ୍ୱାରା ଉତ୍ସାହିତ ହେବେ ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆ ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସୋଆ ଏବଂ ଜାଗୋ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ସର୍ବଦା ଉଦ୍ୟମ କରିଥାଏ । ସମାଜ ର ଏକ ଅଙ୍ଗ ଭାବେ ସୁଯୋଗ ଓ ସୁବିଧା ମିଳିଲେ ସମସ୍ତେ ସମାଜ ସେବା କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଏଭଳି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଜାଗୋ ଉଦ୍ୟମ କରୁଛି ବୋଲି କହିଥିଲେ । ଏହି ପିଲାମାନେ ଆଗକୁ ବଡ ହୋଇ ସମାଜ ସେବା ପ୍ରତି ଆଗ୍ରହ ଦେଖାଇବେ ବୋଲି ପ୍ରଫେସର ମିଶ୍ର ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଆଡିସନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଜାଗୋର କୋର୍ଡିନେଟର ପ୍ରଫେସର ଅନୀତା ପଣ୍ଡା ଜାଗୋ କାର୍ଯ୍ୟ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ଆଡିସନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍ ଥାଟୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.