ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଆସନ୍ତା କାଲିଠୁ ରୋପ୍‌ୱେର ମଜା ନେବେ ପର୍ଯ୍ୟଟକ

0

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି। ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ଏହି ସୁବିଧା ନେଇ ପାରିବେ। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିଛି। ୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରୋପଓ୍ବେ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ରାଜ୍ୟଉଦ୍ଭିଦ (ବଟାନୀକାଲ ଗାର୍ଡେନ)ଉଦ୍ୟାନରୁ ପ୍ରାଣୀଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେ କାଞ୍ଜିଆହ୍ରଦ ଉପର ଦେଇ ଯିବ । 

ପର୍ଯ୍ୟଟକମାନେ କାଞ୍ଜିଆହ୍ରଦ ସମେତ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ। ଯାହାର ଦୂରତା ୬୨୬ ମିଟର। ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସିପାରିବେ। ଜଣେ ପର୍ଯ୍ୟଟକ ୧୨୦ଟଙ୍କା ଦେଇ ଟିକଟ ସଂଗ୍ରହ କରି ବସିପାରିବେ। ତା ସହିତ ରୋପଓ୍ବେରେ ଟିକଟ କାଉଣ୍ଟର ଉଭୟ ଉଦ୍ୟାନର ରୋପଓ୍ବେ ପାଖରେ ଖୋଲାଯାଇଛି। ସକାଳ ୮ଟାରୁ ଅପରାହ୍ନ ୪ଘଣ୍ଟିକା ପର୍ଯ୍ୟନ୍ତ ଟିକଟ ସଂଗ୍ରହ କରିପାରିବେ। ପ୍ରତି ଘଣ୍ଟାକୁ ୫୦୦ପର୍ଯ୍ୟଟକ ଏହାର ମଜା ନେଇପାରିବେ ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି।

ସୂଚନାଯୋଗ୍ୟ, ରୋପଓ୍ବେରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ୨୦୧୧ ମସିହା ପରଠାରୁ ରୋପଓ୍ବେକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଥିଲେ । ୨୦୨୧ ଅକ୍ଟୋବର ୮ରେ ପୁନଃଚଳାଚଳ ପାଇଁ ସରକାର କୋଲକାତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପଓ୍ବେ ଇନଫ୍ରା ଲିମିଟେଡ ସହିତ ଚୁକ୍ତିନାମା କରି ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ରୋପଓ୍ବେର ଶିଳାନ୍ୟାସ କରିଥିଲେ ।

Leave A Reply

Your email address will not be published.