ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଆସନ୍ତା କାଲିଠୁ ରୋପ୍‌ୱେର ମଜା ନେବେ ପର୍ଯ୍ୟଟକ

0

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି। ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ଏହି ସୁବିଧା ନେଇ ପାରିବେ। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିଛି। ୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରୋପଓ୍ବେ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ରାଜ୍ୟଉଦ୍ଭିଦ (ବଟାନୀକାଲ ଗାର୍ଡେନ)ଉଦ୍ୟାନରୁ ପ୍ରାଣୀଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେ କାଞ୍ଜିଆହ୍ରଦ ଉପର ଦେଇ ଯିବ । 

ପର୍ଯ୍ୟଟକମାନେ କାଞ୍ଜିଆହ୍ରଦ ସମେତ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ। ଯାହାର ଦୂରତା ୬୨୬ ମିଟର। ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସିପାରିବେ। ଜଣେ ପର୍ଯ୍ୟଟକ ୧୨୦ଟଙ୍କା ଦେଇ ଟିକଟ ସଂଗ୍ରହ କରି ବସିପାରିବେ। ତା ସହିତ ରୋପଓ୍ବେରେ ଟିକଟ କାଉଣ୍ଟର ଉଭୟ ଉଦ୍ୟାନର ରୋପଓ୍ବେ ପାଖରେ ଖୋଲାଯାଇଛି। ସକାଳ ୮ଟାରୁ ଅପରାହ୍ନ ୪ଘଣ୍ଟିକା ପର୍ଯ୍ୟନ୍ତ ଟିକଟ ସଂଗ୍ରହ କରିପାରିବେ। ପ୍ରତି ଘଣ୍ଟାକୁ ୫୦୦ପର୍ଯ୍ୟଟକ ଏହାର ମଜା ନେଇପାରିବେ ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି।

ସୂଚନାଯୋଗ୍ୟ, ରୋପଓ୍ବେରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ୨୦୧୧ ମସିହା ପରଠାରୁ ରୋପଓ୍ବେକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଥିଲେ । ୨୦୨୧ ଅକ୍ଟୋବର ୮ରେ ପୁନଃଚଳାଚଳ ପାଇଁ ସରକାର କୋଲକାତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପଓ୍ବେ ଇନଫ୍ରା ଲିମିଟେଡ ସହିତ ଚୁକ୍ତିନାମା କରି ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ରୋପଓ୍ବେର ଶିଳାନ୍ୟାସ କରିଥିଲେ ।

Leave A Reply

Your email address will not be published.