ପ୍ରମୁଖ ଖବର

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ବସ
ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌
ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

ସୋଆ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ଦିବଙ୍ଗତ କବିଙ୍କୁ ‘ଆଲୋକ ବର୍ତିକା’ ସମ୍ବୋଧନ :

0

ଭୁବନେଶ୍ୱର, ନଭେମ୍ବର ୨୫: ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ବିଖ୍ୟାତ ଭାରତୀୟ ଇଂରାଜୀ କବି ଦିବଙ୍ଗତ ଜୟନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ବିଶିଷ୍ଟ କବି ଓ ଲେଖକମାନେ ତାଙ୍କୁ ଭାରତୀୟ ଇଂରାଜୀ କବିତା ଜଗତର ‘କିମ୍ବଦନ୍ତୀ’ ତଥା ‘ଆଲୋକ ବର୍ତିକା’ ଭାବେ ବର୍ଣ୍ଣନା କରିଛନ୍ତି ।

ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନି ଦିନିଆ ସାହିତ୍ୟ ଉତ୍ସବରେ ସାରା ଭାରତରୁ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଔପନ୍ୟାସିକ, ସମାଲୋଚକ, ଐତିହାସିକ ଓ କଳାକାର ଯୋଗ ଦେଇଥିବା ବେଳେ ଏକ ସ୍ୱତନ୍ତ୍ର ଅଧିବେଶନରେ ଗତ ଅଗଷ୍ଟ ୨୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ୯୫ ବର୍ଷ ବୟସ୍କ କବି ମହାପାତ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ବିଶିଷ୍ଟ କବି ଶ୍ରୀମତି ସ୍ୱୀକ୍ରିତା ପଲ୍ କୁମାର କହିଥିଲେ ଯେ ଜୟନ୍ତ ମହାପାତ୍ର ତାଙ୍କ ପଛରେ ସାହିତ୍ୟର ଏକ ବିଶାଳ ଧାରା ଛାଡ଼ି ଚାଲି ଯାଇଛନ୍ତି । ଆରମ୍ଭରେ ତାଙ୍କ ଲେଖାକୁ ଭାରତରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନଥିଲା । ମାତ୍ର ପଶ୍ଚିମ ଦେଶଗୁଡ଼ିକରେ ତାଙ୍କ କାର୍ଯ୍ୟର ଅନେକ ପ୍ରଶଂସା କରାଯିବା ପରେ ସେ ଉପଯୁକ୍ତ ସମ୍ମାନ ପାଇଥିଲେ ବୋଲି କୁମାର କହିବା ସହ ସେ ଭାରତୀୟ ଇଂରାଜୀ କବିତା ଜଗତର ‘ଆଲୋକ ବର୍ତିକା’ ଥିଲେ ବୋଲି କହିଥିଲେ । ମହାପାତ୍ର ହେଉଛନ୍ତି ଇଂରାଜୀ କବିତା କ୍ଷେତ୍ରରେ ସାହିତ୍ୟ ଅକାଦେମୀ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ କବି । ଏଥି ସହିତ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସ୍ୱତନ୍ତ୍ର ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅଧିବେଶନରେ ବିଶିଷ୍ଟ କବି ପ୍ରଫେସର ଅଶ୍ୱନୀ କୁମାର, ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଶ୍ରୀ ନୀଲିମ୍ କୁମାର ଓ ଶ୍ରୀ ଦୀପକ ସାମନ୍ତରାୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କୁ ଭାରତୀୟ ସାହିତ୍ୟର ‘କିମ୍ବଦନ୍ତୀ’ ଭାବେ ବର୍ଣ୍ଣନା କରିଥିଲେ । ଶ୍ରୀମତି କୁମାର କହିଥିଲେ ଯେ ମହାପାତ୍ର ଜନ୍ମ ମାଟି ସହ ଜଡ଼ିତ ଥିଲେ ଏବଂ କଟକକୁ ତାଙ୍କ କର୍ମଭୂମି ଭାବେ ବାଛିଥିଲେ । ସେ ବିଶ୍ୱର ଯେ କୌଣସି ସ୍ଥାନକୁ ମଧ୍ୟ ଯାଇ ରହି ପାରିଥାନ୍ତେ କିନ୍ତୁ ସେ ତାଙ୍କର ପୈତୃକ ଘର କଟକକୁ ଛାଡ଼ି ଯିବାକୁ ଚାହିଁ ନଥିଲେ । ଶିଶୁ ସୁଲଭ ପ୍ରକୃତିର କବି ମହାପାତ୍ର ସବୁବେଳେ ନିଜ ଭାବନାରେ ମଗ୍ନ ରହିଥାନ୍ତି । ତାଙ୍କ ସ୍ମୃତିଚାରଣ କରି କୁମାର କହିଥିଲେ ଥରେ ମହାପାତ୍ର କହିଥିଲେ ଯେ ସେ ପ୍ରତ୍ୟେକ ଦିନକୁ ତାଙ୍କ ଜୀବନରେ ଏକ ଉପହାର ଭାବେ ଗ୍ରହଣ କରୁଥିଲେ ।
ମହାପାତ୍ର ଅନେକ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ କରିଥିଲେ । ସେ ଭାବୁଥିଲେ ବିଭିନ୍ନ ଭାଷାଗୁଡ଼ିକ ପରସ୍ପରକୁ ରୁଦ୍ଧିମନ୍ତ କରିବା ଆବଶ୍ୟକ ।
ଏହି ଅଧିବେଶନରେ ଯୋଗ ଦେଇଥିବା ମୁମ୍ବାଇ ସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍‌ର ପ୍ରଫେସର କୁମାର କହିଥିଲେ ଯେ ସେ ଗତ ୬ ବର୍ଷ ହେବ ପ୍ରତ୍ୟେକ ଦିନ ଜୟନ୍ତ ମହାପାତ୍ରଙ୍କ ସହିତ କଥା ହୋଇ ଆସୁଥିଲେ । ସେ ଜଣେ ଖୁବ୍ ସ୍ନେହୀ ମଣିଷ ଥିଲେ କିନ୍ତୁ ଲୋକମାନେ ତାଙ୍କ କାର୍ଯ୍ୟକୁ ଉପଯୁକ୍ତ ନ୍ୟାୟ ଦେଇପାରି ନାହାନ୍ତି ବୋଲି ସେ କହିଥିଲେ ।

ଏହି ଅବସରରେ ଆସାମୀ କବି ଶ୍ରୀ ନୀଲିମ କୁମାର ତାଙ୍କର ଏକ ଓଡ଼ିଆ କବିତା ପାଠ କରିଥିଲେ ଓ ତାହାର ଇଂରାଜୀ ଅନୁବାଦ ପ୍ରଫେସର କୁମାରଙ୍କ ଦ୍ୱାରା ପାଠ କରାଯାଇଥିଲା । ମହାପାତ୍ରଙ୍କ ଖୁବ୍ ଅନ୍ତରଙ୍ଗ ଥିବା ଶ୍ରୀ ସାମନ୍ତରାୟ ତାଙ୍କ ସ୍ମୃତିଚାରଣ କରି ୨୦୨୦ରେ ଆୟୋଜିତ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ସେ ତାଙ୍କର ସାକ୍ଷାତ୍‌କାର ନେବାର ସୁଯୋଗ ପାଇଥିଲେ ବୋଲି କହିଥିଲେ । ଏହି କବିଙ୍କର ଆବଶ୍ୟକତା ଗୁଡ଼ିକ ଖୁବ୍ କମ୍ ଥିଲା ଏପରିକି ତାଙ୍କ ଘରେ ସେ କେବେ ଶୀତତାପ ନିୟନ୍ତ୍ରକ ଯନ୍ତ୍ରର ଆବଶ୍ୟକତା ଅନୁଭବ କରିନଥିଲେ ବୋଲି ସେ କହିଥିଲେ ।

ରିକ୍ସା ଚାଳକ ହେଉ ଅଥବା ତାଙ୍କ ଘର ପାଖରେ ଥିବା ସାଇକେଲ୍ ମେକାନିକ ସେ ସମସ୍ତଙ୍କର ଅତି ନିକଟତର ଥିଲେ । ସମସ୍ତେ ତାଙ୍କର ବନ୍ଧୁ ଥିଲେ ।
ମହାପାତ୍ରଙ୍କୁ ଅତି ନିକଟରୁ ଜାଣିଥିବା ଶ୍ରୀ ପଣ୍ଡା ଏକ ସ୍ମୃତିକୁ ମନେ ପକାଇ କହିଥିଲେ ଯେ ମହାପାତ୍ରଙ୍କୁ ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଙ୍ଗାଧର ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ନିମନ୍ତ୍ରିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ସମ୍ବଲପୁର ଆଣିବା ନିମନ୍ତେ ଏକ କାର ପଠାଇବାକୁ ନିଷ୍ପତି କରିଥିଲେ । କିନ୍ତୁ ସେ ଏହାକୁ ଅତି ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ନିଜ ବ୍ୟବସ୍ଥାରେ ଯିବେ ବୋଲି ଜଣାଇଥିଲେ । ମହାପାତ୍ର ଜଣାଇଥିଲେ ସେ ସମ୍ବଲପୁରକୁ ଟ୍ରେନ୍‌ରେ ଯିବେ । ସମ୍ବଲପୁର ଷ୍ଟେସନ୍‌ରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଅପେକ୍ଷାରତ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ଏକ ପାସେଞ୍ଜର ଟ୍ରେନ୍‌ରେ ଆସି ପହଂଚିଥିଲେ ଯାହାକି ଅନେକ ଘଂଟା ବିଳମ୍ବରେ ଆସିଥିଲା । ସେଠାରେ ତାଙ୍କୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ସେ କହିଥିଲେ ଯେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମବାସୀଙ୍କ ସହ ସେହି ଟ୍ରେନ୍‌ରେ ଆସିଥିବା ବେଳେ ସେମାନଙ୍କ ସହ ତାଙ୍କ ସମୟ ଖୁବ୍ ଭଲରେ କଟିଥିଲା ।

Leave A Reply

Your email address will not be published.