ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଡିସେମ୍ବର ୯ରୁ ସୋଆରେ ଆଇଏନ୍‌ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ

0

ଭୁବନେଶ୍ୱର,୦୮/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଡିସେମ୍ବର ୯ ତାରିଖରୁ ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ ।

ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ – ବୈଜ୍ଞାନିକ ଓ ପ୍ରବିଧିଜ୍ଞ ଯେଉଁମାନେ କି ସମଗ୍ର ଇଞ୍ଜିନିୟରି କ୍ଷେତ୍ରରେ ପରିବ୍ୟାପ୍ତ ଅଟନ୍ତି ସେମାନଙ୍କୁ ନେଇ ଆଇଏନ୍‌ଏଇ ହେଉଛି ଏକ ସ୍ୱୟଂ ଚାଳିତ ବୃତିଗତ ଅନୁଷ୍ଠାନ । ଏହା ଆଂଶିକ ଭାବେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଏନ୍‌ଏଇ ର ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ତଥା ସୋଆ ଉପଦେଷ୍ଟା ମଣ୍ଡଳୀ ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ।

ଏହି ସମ୍ମିଳନୀ ସୋଆର କ୍ୟାମ୍ପସ୍ -୨ରେ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଇଞ୍ଜିନିୟରିଂ କ୍ଷେତ୍ରର ଫେଲୋ, ବିଦେଶୀ ଫେଲୋ, ୟଙ୍ଗ୍ ଆସୋସିଏଟ୍‌ସ୍ ଓ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେବେ । ସମ୍ମିଳନୀରେ ପ୍ଲେନାରୀ ଟକ୍‌, ପାନେଲ ଆଲୋଚନା ଓ ଉପସ୍ଥାପନା ଇତ୍ୟାଦି ଆୟୋଜିତ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ।

ଚଳିତ ବର୍ଷ ଏହି ସମ୍ମିଳନୀ ମିଳିତ ଭାବରେ ସୋଆ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଭୁବନେଶ୍ୱର , ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମାଟେରୀଆଲ୍ସ ଟେକ୍‌ନୋଲୋଜି , ଭୁବନେଶ୍ୱର ଓ ଆଇଏନ୍‌ଏଇ ଭୁବନେଶ୍ୱର ଚାପ୍ଟର ଆୟୋଜନ କରିଛି ବୋଲି କହିଛନ୍ତି ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ରହିଥିବା ପ୍ରଫେସର ଆଚାର୍ଯ୍ୟ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉକେଲା ଷ୍ଟିଲ୍ ପ୍ଲାଂଟର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏନଇର ପ୍ରାକ୍ତନ ସଭାପତି ଡକ୍ଟର ସନକ ମିଶ୍ର ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍‌ଏଇର ମେମ୍ବର ସେକ୍ରେଟରୀ ଲେଫ୍‌ଟନାନ୍‌ଂଟ କର୍ଣ୍ଣେଲ୍ ଶୋଭିତ୍ ରାଏ, ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ଆଇଆଇଟି ଭୁବନେଶ୍ୱର ର ପ୍ରଫେସର ଡକ୍ଟର ଶୁଭ୍ରାଂଶୁ ସାମନ୍ତରାୟ ଉପସ୍ଥିତ ଥିଲେ । ପ୍ରଫେସର ଆଚାର୍ଯ୍ୟ କହିଥିଲେ ଯେ ସମ୍ମିଳନୀରେ ଦୁଇଟି ଅଧିବେଶନରେ ବିଶ୍ୱବିଖ୍ୟାତ ଜ୍ୟୋର୍ତିବିତ୍ ପଠାଣି ସାମନ୍ତ ଓ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଂଚଳର ନବମ ଶତାଦ୍ଦୀର ପିତଳ ମାଛ ଉପରେ ମଧ୍ୟ ଆଲୋଚନା କରାଯିବ ।

ଡକ୍ଟର ମିଶ୍ର କହିଥିଲେ ଯେ ଆଇଏନ୍‌ଏଇ ଦେଶର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାନ୍ତ୍ରିକ ଓ ପ୍ରବିଧିବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରେ । ୧୯୮୭ ମସିହାରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ୧୯୯୬ ରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ୍ କାଲମ୍ ମଧ୍ୟ ଏହାର ସଭାପତି ଥିଲେ ବୋଲି ସେ କହିଥିଲେ । ଇଞ୍ଜିନିୟରିଂ ଏବଂ ବିଜ୍ଞାନ କ୍ଷେତ୍ରରେ ଅଧିକ ରୁ ଅଧିକ କାର୍ଯ୍ୟ କରିବା ସହ ଭବିଷ୍ୟତରେ ଉପୁଜିବାକୁ ଥିବା ସମସ୍ୟାଗୁଡିକର ସମାଧାନ ର ବାଟ ବାହାର କରି ଏହାର ରିପୋର୍ଟ ସରକାର ଙ୍କୁ ପ୍ରଦାନ କରିବା ଆମର କାର୍ଯ୍ୟ ବୋଲି ଡକ୍ଟର ମିଶ୍ର କହିଥିଲେ । ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ଦ୍ୱିତୀୟ ଥର ପାଇଁ ଆଇଏନ୍‌ଏଇର ବାର୍ଷିକ ସମ୍ମିଳନୀ ଆୟୋଜନ କରୁଛି । ୨୦୧୩ ରେ ମଧ୍ୟ ସୋଆ ପ୍ରଥମଥର ପାଇଁ ଏହି ସମ୍ମିଳନୀ ର ଆୟୋଜନ କରିଥିଲା ବୋଲି ସେ କହିଥିଲେ ।

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି.ଭି. ନରେନ୍ଦ୍ରନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଆଇଏନ୍‌ଏଇ ର ଅଧ୍ୟକ୍ଷ ତଥା ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି , ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନିଲ୍ ମାନ୍ନା ଯୋଗ ଦେବେ । ଏହି ଅବସରରେ ଆଇଏନ୍‌ଏଇ ର ପୂର୍ବତନ ସଭାପତି ତଥା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି , ତିରୁଭନନ୍ତପୁରମ୍‌ର କୁଳପତି ଡକ୍ଟର ବି.ଏନ୍‌. ସୁରେଶ ଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଡାଇଭର୍ସ ସ୍ପେସ୍ ଆପ୍ଳିକେସନ୍‌ସ୍‌’ ଉନ୍ମୋଚନ କରାଯିବ ।

ସମ୍ମିଳନୀରେ ଯୋଗେଦେବାକୁ ଥିବା ବିଶିଷ୍ଟ ଯାନ୍ତ୍ରିକ ବିଜ୍ଞାନୀଙ୍କ ମଧ୍ୟରେ ଅଛନ୍ତି ଆଇଆଇଟି ବମ୍ବେର ପ୍ରଫେସର ଏମିରଟସ୍‌, ପ୍ରଫେସର ୟୁ.ବି. ଦେଶାଇ, ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲାକତା ଇଲ୍ଟ୍ରେିକାଲ୍ ଇଞ୍ଜିନିୟରିଂ ବିଭାଗ ର ପ୍ରଫେସର ଶିବାଜୀ ଚକ୍ରବର୍ତୀ , ଆଇଆଇଟି ଭୁବନେଶ୍ୱର ର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲ୍କର, ସିଏସିଆଇଅର – ଆଇଏମ୍‌ଏମ୍‌ଟି , ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍‌ନୋଲୋଜି , ମୁମ୍ବାଇ ର କୁଳପତି ପ୍ରଫେସର ଏ.ବି. ପଣ୍ଡିତ ଓ ଆଇଆଇଟି ଖଡଗପୁର ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପି.ପି. ଚକ୍ରବର୍ତୀ । ମାଇକ୍ରୋସଫ୍ଟର ଚେୟାରମ୍ୟାନ୍ ଶ୍ରୀ ସତ୍ୟ ନାଡେଲାଙ୍କ ସମେତ ୪୦ ରୁ ଅଧିକ ବିଶିଷ୍ଟ ଟେକ୍ନୋକ୍ରାଟ୍‌ଙ୍କୁ ଆଇଏନଏଇର ଫେଲୋ ଭାବେ ଗ୍ରହଣ କରାଯିବ । ଏମାନଙ୍କ ମଧ୍ୟରେ ଭାରତୀ ଏଂଟରପ୍ରାଇଜେର ସଭାପତି ଶ୍ରୀ ସୁନୀଲ ଭାରତୀ ମିତଲ, ଏଚସିଏଲର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅଜୟ ଚୌଧୁରୀ, ଏଆଇସିଟିଇ ର ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରାମ ଓ ଏନଆଇଆଇଟି ଗ୍ରୁପ୍ ର ଚେୟାରମ୍ୟାନ୍ ତଥା ସହ ପ୍ରତିଷ୍ଠାତା ଶ୍ରୀ ରାଜେନ୍ଦ୍ର ସିଂ ପାୱାର ଅଛନ୍ତି ।

Leave A Reply

Your email address will not be published.