ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

କଳିଙ୍ଗନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ

0

ଭୁବନେଶ୍ୱର, ଡିସେମ୍ବର ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍‌ନାଲ୍ କମିଶନର ଅଫ୍ ପୋଲିସ ଶ୍ରୀ ବ୍ରିଜେସ୍ କୁମାର ରାୟ, ଡିସିପି ଶ୍ରୀ ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉପସ୍ଥିତ ଥିଲେ ।

ଏହି ଅଂଚଳରେ ଉଭୟ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର ରହିଛି ଓ ପ୍ରତ୍ୟେକ ଦିନ ଅନେକ ସଂଖ୍ୟକ ରୋଗୀ ଏହି ଦୁଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସୁଛନ୍ତି । ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ପୋଲିସ୍ ଫାଣ୍ଡି ସ୍ଥାପନ କରାଯାଇଛି ବୋଲି ଏହି ଅବସରରେ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଥିଲେ ।

ଭରତପୁର ଥାନା ଅଧିନରେ ଏହି ଫାଣ୍ଡିଟି କାର୍ଯ୍ୟ କରିବ ବୋଲି କହିବା ସହ ଏଠାରେ ଦୁଇଜଣ ଅଫିସର ଓ ୬ ରୁ ୮ ଜଣ କନେଷ୍ଟବଳ ରହିବେ ଏବଂ ଗୋଟିଏ ପୋଲିସ୍ ଭ୍ୟାନ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ । କଳିଙ୍ଗ ନଗର ଓ କଳିଙ୍ଗ ବିହାର ଅଂଚଳରେ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଫାଣ୍ଡି ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ ।

ଏହି ଫାଣ୍ଡିର ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଜୋନ୍ ୫ ଅଂଚଳ ଅଧିନସ୍ଥ ଥାନାର ଅଧିକାରୀ ଓ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.