ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ସମ୍ ଅଲ୍ଟିମେଟ୍ କ୍ରୀଡା ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଯାପିତ

0

ଭୁବନେଶ୍ୱର, ୨୬/୧୨: ସମ୍ ଅଲ୍ଟିମେଟ୍ ମେଡିକେୟାରର ପ୍ରଥମ ସ୍ପୋର୍ଟସ ମିଟ୍ ‘ସମ୍ମମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍ ଚାମ୍ପିଅନ୍ ହୋଇଛି । ‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହ, ବୈଦ୍ୟୁତିକ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ମଣିଷ ଜୀବନର ଅବିଚ୍ଛେଦ ଅଂଗ ବୋଲି କହିଥିଲେ ।

ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏଭଳି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିବା ଉଚିତ୍ । ଏହା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିମ୍ବା ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରି ନଥାଏ ବରଂ ଲୋକମାନଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ଆଣିଥାଏ ବୋଲି ସେ କହିଥିଲେ । ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ାର ଉନ୍ନତି ନିମନ୍ତେ ମନୋନିବେଶ କରୁଥିବା ବେଳେ ‘ଖୋ ଖୋ’କୁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି ।

ଶ୍ରୀ ବେହେରାଙ୍କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିବା ଅବସରରେ ସମାଜ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସ୍ପୋର୍ଟ୍ସ ମିଟ୍‌କୁ ସଫଳ କରିଥିବାରୁ ସେ ସମ୍ମମ୍ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭଲିବଲ୍‌, କ୍ରିକେଟ, ଟଗ୍ ଅଫ୍ ୱାର, ଥ୍ରୀ ଲେଗ୍‌ଡ ରେସ୍‌, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍ପୁନ ରେସ, କ୍ୟାରମ୍‌, ବ୍ୟାଡମିଂଟନ୍ ଏବଂ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏସବୁ ମଧ୍ୟରେ ‘ନେବୁଲା ନୋମାଡ୍ସ’ ଦଳର ପ୍ରଦର୍ଶନ ପ୍ରଂଶସନୀୟ ରହିଥିଲା ।

ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହୋଇଥିବା ଏହି ସ୍ପୋର୍ଟ୍ସ ମିଟ୍‌ରେ ୧୦ ଟି ଦଳ ସାମିଲ ହୋଇଥିଲେ । ଅନ୍ୟ ଦଳ ଗୁଡିକ ହେଲେ ଅରୋରା ଆଭେଞ୍ଜର୍ସ, ଫୋନେକ୍ସ ଫାନ୍‌ଟମ୍ସ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ୍ କ୍ରସର୍ସ, ଜେନିଥ୍ ଜିଲଟ୍ସ , ଗ୍ୟାଲାକ୍ସି ଗ୍ଳାଡିଏଟର୍ସ , କ୍ୱାଣ୍ଟମ୍ କ୍ୱାସର୍ସ, ସ୍ଵିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ ।

ମନ୍ତ୍ରୀ ଶ୍ରୀ ବେହେରା ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ବଡ଼ଦିନ ଅବସରରେ ଏକ କେକ୍ ମଧ୍ୟ କଟାଯାଇଥିଲା । ଏହି ଅବସରରେ ସିଇଓ ଡକ୍ଟର ଦାଶ , ସିଏମ୍‌ଏସ୍ ପ୍ରଫେସର (ଡକ୍ଟର) ବିରାଜ ମୋହନ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌-୫ ସ୍ଥିତ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.