ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ସୋଆର ୩ ଆଇନ୍ ଛାତ୍ରଛାତ୍ରୀ ଓ ଦୁଇ ଫ୍ୟାକଲ୍ଟିଙ୍କର ଓଜେଏସ୍ ପରୀକ୍ଷାରେ ସଫଳତା

0

ଭୁବନେଶ୍ୱର, ଡିସେମ୍ବର ୨୮: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍‌) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ ଅର୍ଜନ କରିଛନ୍ତି ।

ଓଜେଏସ୍ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ର ପୂର୍ବତନ ଛାତ୍ରୀ ନୀଲିଶା ପଟ୍ଟନାୟକ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ଦୁଇ ଜଣ ପୂର୍ବତନ ଛାତ୍ରଛାତ୍ରୀ ଅମ୍ଳାନ୍ ରଥ ଓ ସୁଦତା ପାଣିଗ୍ରାହୀ ଯଥାକ୍ରମେ ୨୨ ଓ ୩୦ ସ୍ଥାନରେ ରହିଛନ୍ତି ।

ସେହିପରି ସ୍ନିଲ୍‌ର ଆସିଷ୍ଟାଂଟ ପ୍ରଫେସର ବୈଶାଳୀ ବାହୁବଳେନ୍ଦ୍ର ଏବଂ ଅଂଶୁମାନ ରଥ ଯଥାକ୍ରମେ ୩୨ ଓ ୫୦ ତମ ସ୍ଥାନ ଅଧିକାର କରିଛନ୍ତି । ନୀଲିଶା ପଟ୍ଟନାୟକ ସ୍ନିଲ୍‌ର ୨୦୨୨-୨୩ ବ୍ୟାଚ୍‌ରେ ଏଲଏଲ୍‌ଏମ୍ ପାସ୍ କରିଥିବା ବେଳେ ଅମ୍ଳାନ ରଥ ୨୦୧୪-୧୯ ବ୍ୟାଚ୍‌ର ବିବିଏ ଏଲଏଲ୍‌ବି (ଅନର୍ସ)ର ଛାତ୍ର ଓ ସୁଦତା ପାଣିଗ୍ରାହୀ ୨୦୧୨-୧୭ ବ୍ୟାଚର୍ ବିବିଏ ଏଲ୍‌ଏଲ୍‌ବି (ଅନର୍ସ)ର ଛାତ୍ରୀ ଅଟନ୍ତି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ନିଲ୍‌ର ପୂର୍ବତନ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମେମ୍ବରଙ୍କୁ ସେମାନଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.