ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସ୍‌ଡି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର,ଡିସେମ୍ବର ୨୮: ସାମାଜିକ ବିକାଶ ନେଇ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ଜୀବନର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ସେଂଟର ଫର ୟୁଥ ଆଣ୍ଡ ସୋସିଆଲ୍ଡେ ଭଲପ୍‌ମେଂଟ’ (ସିୱାଇଏସ୍‌ଡି) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ବୁଝାମଣା ଅନୁଯାୟୀ ସୋଆ ଏବଂ ସିୱାଇଏସ୍‌ଡି ମିଳିତ ଭାବେ ବିଭିନ୍ନ କର୍ମଶାଳା, ସମ୍ମିଳନୀ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ । ଛାତ୍ରଛାତ୍ରୀ ଓ ଗବେଷଣାରତ ସ୍କଲାରମାନଙ୍କୁ ସମାଜ ସହ ସମ୍ପର୍କ ଓ ଲିଙ୍ଗଗତ ଅଧ୍ୟୟନ କ୍ଷେତ୍ରରେ ଅବଗତ କରାଯିବ । ସେହିପରି କୃଷି ଜଙ୍ଗଲ, ସାମୂହିକ ଚାଷ, ଜଳସେଚନ ବିକାଶ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ବିଷୟରେ ମଧ୍ୟ ପ୍ରଶକ୍ଷିଣ ଦିଆଯିବ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ସୋଆ ଏବଂ ସିୱାଇଏସ୍‌ଡି ମିଳିତ ଭାବେ ସାମଗ୍ରିକ କୃଷି ପଦ୍ଧତି ଉପରେ କାର୍ଯ୍ୟ କରିବେ ଓ ଓଡିଶାର କେତେକ ପଛୁଆ ଅଂଚଳରେ ଏହାକୁ ନେଇ ପାଇଲଟ ପ୍ରୋଜେକ୍ଟ କରାଯିବ । ଯୁବଶକ୍ତି କୁ ବିକାଶ ତଥା ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ବ୍ୟବହାର କରାଯିବ ।

ଏହି ଅବସରରେ ଶ୍ରୀ ଜଗଦାନନ୍ଦ କହିଥିଲେ ସିୱାଇଏସ୍‌ଡି ଏବଂ ସୋଆ ଗ୍ରାମାଂଚଳର ଲୋକଙ୍କ ମଧ୍ୟରେ ନେତୃତ୍ୱ ବିକାଶରେ ସାହାଯ୍ୟ କରିବା ସହ ତୃଣମୂଳ ସ୍ତରର ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ସହାୟତା କରିବେ । ଗ୍ରାମାଂଚଳର ସାମାଜିକ ସ୍ତରରେ ସୋଆ ଯେଉଁ କାର୍ଯ୍ୟ କରୁଛି ସେଗୁଡ଼ିକରେ ମଧ୍ୟ ସିୱାଇଏସ୍‌ଡି ସହାୟତା କରିବ ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ସିୱାଇଏସ୍‌ଡିର ଚିଫ୍ ଅପରେଟିଙ୍ଗ୍ ଅଫିସର ଶ୍ରୀ ହରିଶ ଚନ୍ଦ୍ର ସିଂ ଏବଂ ପ୍ରୋଗ୍ରାମ ଡାଇରେକ୍ଟର ଶ୍ରୀ ବସନ୍ତ କୁମାର ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.