ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ

0

ଯାଜପୁର: ପୋଖରୀରେ ପଡିଯିବାରୁ ଦୁଇଟି ନିଷ୍ପାପ ଶିଶୁଙ୍କ ଜୀବନ ଦୀପ ଲିଭି ଯାଇଛି । ମୃତକ ଦୁଇ ଜଣ ସଂପର୍କୀୟ ଭାଇ-ଭଉଣୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଳସାହିରୁ ଏମିତି ଏକ ଦୁଃଖଦ ଖବର ଆସିଛି । ମୃତ ଶିଶୁ ଦୁଇ ଜଣ ହେଉଛନ୍ତି କୁଳସାହି ଗାଁର ମାନସ ଜେନାଙ୍କ ପୁଅ କାହ୍ନୁ ଜେନା ଓ ମିଥୁନ୍ ଜେନାଙ୍କ ଝିଅ ରୂପା ଜେନା ।

ସୂଚନାନୁସାରେ, କାହ୍ନୁ ଓ ରୂପା ଘର ପାଖରେ ଖେଳୁଥିଲେ । ମାଆ ଘରେ ରୋଷେଇ କରୁଥିବା ବେଳେ ପିଲାମାନେ ବାହାରେ ଖେଳୁଥିଲେ । ଦୁହେଁ ଖେଳୁ ଖେଳୁ ପୋଖରୀ ପାଖକୁ ଚାଲି ଯିବାରୁ ଦୁର୍ଭାଗ୍ୟବଶତଃ ପାଣିରେ ପଡିଯାଇଥିଲେ । ମାଆ ରୋଷେଇ ସାରି ବାହାରକୁ ଆସି ପିଲାଙ୍କୁ ପାଇନଥିଲେ । ଖୋଜା ଖୋଜି କରି ପିଲା ଦୁଇଜଣଙ୍କୁ ନପାଇବାରୁ ଗାଁ ଲୋକଙ୍କୁ କହିଥିଲେ । ଗ୍ରାମବାସୀ ଖୋଜାଖୋଜି କରିବା ପରେ ଘର ପାଖ ପୋଖରୀରୁ ପ୍ରଥମେ କାହ୍ନୁକୁ ପାଇଥିଲେ । ପରେ ରୂପାକୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ପିଲା ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.