ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା

0

ଭୁବନେଶ୍ୱର: ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା । ପୂର୍ବତନ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି ।୧୯୯୪ ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଟ୍ୱିନ ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି । ପୂର୍ବରୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିବା ଏହି ଅଫିସର ସମ୍ଭାଳିବେ କଟକ ଏବଂ ଭୁବନେଶ୍ୱର । ଆଉ ନୂଆ କମିଶନର ହିସାବରେ ଦାୟିତ୍ୱ ନେବା ପରେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ୱାନ ସେ ଦେଇଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରିତକ୍ରିୟାରେ କହିଛନ୍ତି ଯେ, ମୁଁ ଆଜି ଟ୍ୱଇନ ସିଟି କଟକ ଏବଂ ଭୁବନେଶ୍ୱରର ପୁଲିସ କମିଶନର ଭବେ ଦାୟିତ୍ୱ ଗ୍ରହଣ କଲି । ଏବଂ ମୁଁ ଆଶା କରୁଛି ଆମ ସହରବାସୀ ପୁଲିସକୁ ତାର କାର୍ଯ୍ୟ କରିବାରେ ସହଯୋଗ କରିବେ । ଲୋକଙ୍କ ସହାୟତାରେ ଆମେ କମିଶନର ପୁଲିସକୁ ଆଗକୁ ନେବୁ । ଅପରାଧ ନିରାକରଣ, ଟ୍ରାଫିକ ଡିଉଟି, ଏବଂ ସାଇବର କ୍ରାଇମ ଏବେ ବହୁତ ମାତ୍ରରେ ଦେଖାଯାଉଛି । ମହିଳା, ଶିଶୁ , ଅନୁସୂଚିତ ଜାତି, ଜନଜାତି ଯାହା ସମସ୍ୟା ରହିଛି ତାହା ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.