ପ୍ରମୁଖ ଖବର

ଜୟପୁରଠାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ପରୀକ୍ଷା ଜୋନ ହେବ ବୋଲି ଘୋଷଣା
ଭାରତରେ ୨ ଜଣ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ
ଆଇଇଡି ଲଗାଇ ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ
ସାତକୋଶିଆରେ ଆଜି ଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା
ଓଡିଶାରେ ୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧୦ କୋଟିର ଟଙ୍କାର ଗଞ୍ଜେଇ ଜବତ
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଜଷ୍ଟିନ ଟ୍ରୁଡୁ
ଦରଦାମ ବୃଦ୍ଧି ପ୍ରତିବାଦରେ ସରକାରଙ୍କ ଉପରେ ବର୍ଷିଲେ ନବୀନ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ଜାମିନ ନେବାକୁ ମନା କଲେ ପ୍ରଶାନ୍ତ କିଶୋର: ଜେଲ୍‌ରେ ଥାଇ କରିବେ ଅନଶନ

ଉଦଘାଟିତ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

0

ଭୁବନେଶ୍ବର: ଜନତା ମୈଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି। ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ଗୋଟିଏ ଜାତିର ଏକତାର ମହାନ ମନ୍ତ୍ର । ଆମେ ଓଡ଼ିଆ, ଓଡ଼ିଆ ଆମ ଭାଷା, ଏହା ଆମର ପରିଚୟ। ଆଜି ଆମ ଜାତି ପାଇଁ, ଆମ ଭାଷା ପାଇଁ ଗୌରବର ଦିନ ଆରମ୍ଭ ହେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ ସେ କହିଛନ୍ତି ସାରା ଓଡ଼ିଶାରେ ଭାଷା ଲାଗି ସମସ୍ତେ ଏକାଠି ହୋଇଛନ୍ତି। ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଭଲ ସାହିତ୍ଯ ସୃଷ୍ଟି ଉପରେ ଆଲୋଚନା ହେଉ। ଓଡ଼ିଆ ଭାଷାର ଅଧିକ ବ୍ଯବହାର ଉପରେ ଆଲୋଚନା ହେଉ। ସାରା ଓଡ଼ିଶା ଆଜି ଭାଷା ପାଇଁ ଏକାଠି ହୋଇଛି। ଦେଶ ବିଦେଶରେ ଥିବା ଓଡ଼ିଆମାନେ ଅନଲାଇନ ଜରିଆରେ ଯୋଗ ଦେଇଛନ୍ତି। ବିଶିଷ୍ଟ ଲେଖକ, ଗବେଷକମାନେ ଆମ ସହିତ ଅଛନ୍ତି।

ଅନ୍ୟପଟେ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା, ଏହାର ସମୃଦ୍ଧ ଇତିହାସ ରହିଛି। ନୂଆ ନୂଆ ଶବ୍ଦ ଯୋଡ଼ି ହେଉଛି। ଆମେ ଆମ ଭାଷାର ଇତିହାସ ଜାଣିବା ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା। ଓଡ଼ିଆ ଭାଷାର ଉନ୍ନତି ଲାଗି ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସଭାରେ ଯାହା ପ୍ରସ୍ତାବ ଆସିବ ସରକାର ତାହାକୁ ଗ୍ରହଣ କରିବେ। ଏହା ସହ ମୁଖ୍ଯମନ୍ତ୍ରୀ କବି ସାରଳା ଦାସଙ୍କୁ ବି ଜଣାଇଥିଲେ ପ୍ରଣାମ। ଏହି ଅବସରରେ ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ଯମନ୍ତ୍ରୀ।

Leave A Reply

Your email address will not be published.