ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଘୋଷଣା ହେଲା ଭାରତ ରତ୍ନ ସମ୍ମାନ

0

ନୂଆଦିଲ୍ଲୀ: ଭାରତ ରତ୍ନ ସମ୍ମାନ ପାଇବେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ଚୌଧୁରୀ ଚରଣ ସିଂ, ବୈଜ୍ଞାନିକ ଏମଏସ ସ୍ବାମୀନାଥନ। ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ ପଦରେ ରହି ଭାରତର ସେବା କରିଛନ୍ତି। ତାଙ୍କ ଦୂରଦର୍ଶୀ ନେତୃତ୍ବ ଭାରତକୁ ଆର୍ଥିକ ରୂପରେ ଉନ୍ନତ କରିବା ସହ ବିକାଶ ପାଇଁ ମୂଳଦୁଆ ପକାଇଥିଲା।

ଚୌଧୁରୀ ଚରଣ ସିଂଙ୍କୁ ସ୍ମରଣ କରି ମୋଦି ଲେଖିଛନ୍ତି, ‘ଆମ ସରକାରର ଏହା ସୌଭାଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛୁ । ଦେଶ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନ ଓ ସମର୍ପଣର ଉପହାର ହେଉଛି ଏହି ସମ୍ମାନ । ସେ କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରି ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢ଼ ଭାବେ ଛିଡ଼ା ହୋଇଥିଲେ। କୃଷକଙ୍କ ପାଇଁ ସମର୍ପଣ ଭାବ ଓ ଜରୁରୀ ପରିସ୍ଥିତି ବେଳେ ଲୋକତନ୍ତ୍ରର ସୁରକ୍ଷା ପାଇଁ ତାଙ୍କ ପ୍ରତିବଦ୍ଧତା ସବୁ ବେଳେ ପ୍ରରଣା ଦେଇଥାଏ। ସୂଚନାଯୋଗ୍ୟ, ଆରଏଲଡି ମୁଖିଆ ଜୟନ୍ତ ସିଂଙ୍କ ଜେଜେ ଓ କୃଷକଙ୍କ ଉଦ୍ଧାରକର୍ତ୍ତା ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

ସେହିପରି ପ୍ରତିଷ୍ଠିତ ବୈଜ୍ଞାନିକ ଡ. ଏମ.ଏସ. ସ୍ବାମୀନାଥନ ଭାରତୀୟ କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏକ୍ସରେ ସେ ଲେଖିଛନ୍ତି, ‘ଏହା ଖୁସିର କଥା ଭାରତ ସରକାର କୃଷି ଓ କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସ୍ବାମୀନାଥଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି। ଜଟିଳ ସମୟରେ ସେ ଭାରତୀୟଙ୍କୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାସହ ଭାରତୀୟ କୃଷିକୁ ଆଧୁନିକ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.