ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

0

ନୟାଗଡ: ନୟାଗଡ଼ ଜିଲ୍ଲା ଭାପୁର-ରାଜସୁନାଖଳା ରାସ୍ତାର ଗୋଳାପୋଖରୀ ଗାଁ ନିକଟରେ ଆଜି ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଫତେଗଡ଼ ଥାନା ବେଗୁନିଆ ଗାଁର ପୂଜା ପ୍ରଧାନ। ସେହିଭଳି ଗୁରୁତର ଆହତ ଛାତ୍ର ଜଣକ ହେଉଛନ୍ତି ଅବିନାଶ ପ୍ରଧାନ। ଉଭୟ ୮ମ ଶ୍ରେଣୀ ଛାତ୍ରଛାତ୍ରୀ।

ସୂଚନାଯୋଗ୍ୟ, ଗୋଳାପୋଖରୀ ଗାଁରୁ ଟିୟୁସନ ସାରି ସାଇକେଲ ଯୋଗେ ସାଙ୍ଗ ହୋଇ ଫେରୁଥିଲେ ପୂଜା ଓ ଅବିନାଶଙ୍କ ସମେତ କିଛି ଛାତ୍ରଛାତ୍ରୀ।ଏହି ସମୟରେ ଏକ ବାଲି ବୋଝେଇ ହାଇୱା ପୂଜା ଓ ଅବିନାଶକୁ ଧକ୍କା ଦେଇଥିଲା। ସେମାନଙ୍କୁ ତୁରନ୍ତ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୂଜାଙ୍କୁ ମୃତ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.