ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ପ୍ରକାଶ ପାଇଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

0

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେପିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ବାଲିଗୁଡା ବିଧାନସଭା ଆସନରୁ ଚକ୍ରମଣୀ କହଁରଙ୍କ ପ୍ରାର୍ଥୀ କରାଯାଇଥିବା ବେଳେ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରଶନ୍ନ ଆଚାର୍ଯ୍ୟ, ରେଢାଖୋଲ ରୋହିତ ପୂଜାରୀ, ଲକ୍ଷ୍ମୀପୁର ପାଇଁ ପ୍ରଭୁ ଜାନିଙ୍କୁ ଦଳ ପ୍ରାର୍ଥୀ କରିଛି ।

ସେପଟେ ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡି ଏଥର ଦମୋଦର ରାଉତଙ୍କ ବୋହୂ ଗୀତାଞ୍ଜଳୀ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନର୍ଲା ପାଇଁ ମନୋରମା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ବିବାଦରେ ଥିବା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପୁଣି ଅନନ୍ତ ଜେନାଙ୍କୁ ପୁଣି ପ୍ରାର୍ଥୀ କରିଛି। ତାଳଚେର ବିଧାନସଭା କ୍ଷେତ୍ର ପାଇଁ ବ୍ରଜକିଶୋର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ତେଲକୋଇ ପାଇଁ ମାଧବ ସର୍ଦ୍ଦାରଙ୍କୁ ଦଳ ପ୍ରାର୍ଥୀ କରିଛି। 

Leave A Reply

Your email address will not be published.