ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ସ୍କୁଲ ବସ୍ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ଯୁ

0

ମହେନ୍ଦ୍ରଗଡ଼: ହରିୟାଣା ମହେନ୍ଦ୍ରଗଡ଼ରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ସ୍କୁଲ ବସ୍ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ଯୁ ଘଟିଛି। ଏହି ସ୍କୁଲ ବସରେ ୩୫ରୁ ୪୦ ଜଣ ଛାତ୍ରଛାତ୍ରୀ ଥିଲେ। ଘଟଣାସ୍ଥଳରେ ୫ ଛାତ୍ରଛାତ୍ରୀଙ୍କ ମୃତ୍ଯୁ ହୋଇଥିବାବେଳେ ଅନ୍ଯ ଜଣେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ଯୁ ହୋଇଥିଲା।

ସୂଚନାଯୋଗ୍ୟ, ହରିଆଣାର ନରନୌଲ ନିକଟସ୍ଥ ଉନହନି ଗାଁରେ ଏହି ଦୁର୍ଘଟଣା ଘଟିଛି । ବସ ଚାଳକ ଜଣଙ୍କ ମଦ ପିଇଥିବା ଜଣାପଡିଛି । ଭାରସାମ୍ୟ ହରାଇବାରୁ ଏଭଳି ଏକ ଦୁର୍ଘଟଣା ଘଟିଛି । ବସ ଚାଳକ ଏବେ ଗିରଫ ହୋଇଛନ୍ତି । ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ବସ ଡ୍ରାଇଭର ଜଣଙ୍କ ମଦ ପିଇବା ସହିତ ବେପରୁଆ ଭାବେ ଗାଡି ଚଳାଉଥିଲେ । ଏବେ ଗିରଫ ହେବା ପରେ ସଂପୃକ୍ତ ଡ୍ରାଇଭରଙ୍କ ମେଡିକାଲ ପରୀକ୍ଷା ହେବ । ଏହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.