ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅଂଗଦାନକୁ ପ୍ରୋତ୍ସାହନ ଦେଉଛି ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର

0

ଭୁବନେଶ୍ୱର, ଏପ୍ରିଲ୍ ୧୯: ମୃତ୍ୟୁ ପରେ ବି ଜୀବନ । ଏହି ଉକ୍ତିକୁ ପାଥେୟ କରି ଅଂଗଦାନ ଭଳି ମହତ୍ କାର୍ଯ୍ୟକୁ ଅବିରତ ଭାବେ ପ୍ରୋତ୍ସାହନ ଦେଇଚାଲିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର। ରାଜ୍ୟ ତଥା ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ଭାବେ ଉଭା ହୋଇଥିବା ଏହି ଦୁଇ ହସ୍ପିଟାଲ ଅଂଗଦାନ ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବାର ଉଦାହରଣ ନିୟମିତ ଭାବେ ସାମ୍ନାକୁ ଆସିବାରେ ଲାଗିଛି।

ନିକଟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା କେଉଁଝର ଅଂଚଳର ୫୦ ବର୍ଷୀୟା ମହିଳା ସଂଯୁକ୍ତା ପାତ୍ରଙ୍କର ମୃତ୍ୟୁ ହେବା ପରେ ତାଙ୍କର ୩ଟି ଅଂଗ ପରିବାର ପକ୍ଷରୁ ଦାନ କରାଯାଇଛି। ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ହୋଇ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ଗୁରୁତର ଅବସ୍ଥାରେ ଗତ ଏପ୍ରିଲ ୧୨ ତାରିଖରେ ସଂଯୁକ୍ତା ସମ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ନ୍ୟୁରୋ ସର୍ଜରୀ ବିଭାଗ ଅଧିନରେ ନ୍ୟୁରୋ ସର୍ଜନ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରତାପ ସିଂ ଏବଂ ତାଙ୍କ ଟିମ୍ ତାଙ୍କର ମସ୍ତିଷ୍କରେ ଅସ୍ତ୍ରୋପଚାର କରିଥିଲେ।

ନ୍ୟୁରୋ ସର୍ଜରୀ ଆଇସିୟୁ ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସେ ଚିକିତ୍ସାରତ ଥିଲେ। ତେବେ ରୋଗୀ ଜଣକ ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ହିଁ ତାଙ୍କର ଅବସ୍ଥା ଅତ୍ୟନ୍ତ ଜଟିଳ ଥିଲା ଏବଂ ୧୫ ତାରିଖରେ ସେ ବ୍ରେନ୍‌ଡେଡ୍ ହୋଇଯାଇଥିଲେ। ସେ ବ୍ରେନ୍ ଡେଡ୍ ହେବା ପରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟିମ୍ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅଂଗଦାନର ମହାନତା ଉପରେ ଅବଗତ କରାଇଥିଲେ। ପରିବାର ବର୍ଗ ଏହି ମହାନ କାର୍ଯ୍ୟ ନିମନ୍ତେ ସମ୍ମତି ପ୍ରଦାନ କରି ସଂଯୁକ୍ତାଙ୍କର ଦୁଇଟି ବୃକକ୍ ଓ ଯକୃତକୁ ଦାନ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ।

ଷ୍ଟେଟ୍ ଅର୍ବାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ହସ୍ପିଟାଲ ପକ୍ଷରୁ ଯୋଗାଯୋଗ କରିବା ପରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।
ସଂଯୁକ୍ତାଙ୍କର ଗୋଟିଏ ବୃକକ୍ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟିକୁ କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲରେ ଗୁରୁତର ଥିବା ଜଣେ ରୋଗୀଙ୍କ ଶରୀରରେ ଅନ୍ୟଟି ପ୍ରତ୍ୟାରୋପଣ କରାଯାଇଛି।

ସେହିପରି ଯକୃତକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ତିନି ଜଣ ରୋଗୀ ମୃତ ସଂଯୁକ୍ତାଙ୍କର ଅଂଗଦାନ ଫଳରେ ନୂତନ ଜୀବନ ପାଇଛନ୍ତି। ମୃତ୍ୟ ପରେ ବି ସଂଯୁକ୍ତାଙ୍କ ଏପରି ମହାନ କାର୍ଯ୍ୟ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବାର ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହିତ ପରିବାରବର୍ଗଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।

ଅଂଗଦାନ ଭଳି ମହତ୍ କାର୍ଯ୍ୟ ଜରିଆରେ ଅନେକ ମୂଲ୍ୟବାନ ଜୀବନ ବଂଚାଇବାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଉଭୟ ଆଇଏମ୍‌ଏସ୍ ଆଣ୍ଡ ସମ୍ ଅଲ୍ଟିମେଟ ମେଡିକେୟାର। ଗତ ୨୦୨୨ ରେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଅଂଚଳର ସ୍କୁଲ୍‌ରେ ପଢ଼ୁଥିବା ଜଣେ ବାଳିକା ସମ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ବେଳେ ଗୁରତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ଶରୀରର ଦୁଇଟି କିଡ୍‌ନୀକୁ କଢ଼ା ଯାଇ ଅଂଗଦାନ ପ୍ରକ୍ରିୟାରେ ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।

ସେହିପରି ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଗତ ବର୍ଷ ଜୁନ୍ ମାସରେ ବ୍ରେନ୍ ଡେଡ୍ ହୋଇଯାଇଥିବା ପ୍ରସେନ୍‌ଜିତ ମହାନ୍ତିଙ୍କ ଶରୀରରୁ ଦୁଇଟି ବୃକକ୍‌, ଦୁଇଟି ଫୁସ୍‌ଫୁସ୍ ଓ ଗୋଟିଏ ଯକୃତ ଭଳି ଏକାଧିକ ଅଂଗ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଓ କୋଲକାତାର ହସ୍ପିଟାଲ୍‌ରେ ଥିବା ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।

ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ୯ ମାସର ବ୍ୟବଧାନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସମ୍ମମ୍‌ରେ ଜଣେ ବ୍ରେନ୍ ଡେଡ୍ ରୋଗୀ କୃଷ୍ଣ ଚନ୍ଦ୍ର ମହାଭୋଇଙ୍କ ଶରୀରରୁ ଯକୃତ ଓ ହୃତ୍‌ପିଣ୍ଡକୁ ମୁମ୍ବାଇ ଓ କୋଲକାତାରେ ଚିକିତ୍ସାଧିନ ଥିବା ଦୁଇ ଜଣ ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଥିଲା ଏହି ଭଳି ଭାବରେ ସମ୍ ଓ ସମ୍ମମ୍ ମଣିଷର ଜୀବନ ରକ୍ଷା ନିମନ୍ତେ ଅଂଗଦାନ ପ୍ରକ୍ରିୟାକୁ ଅଧିକ ମାତ୍ରାରେ ପ୍ରୋତ୍ସାହନ ଦେବାରେ ପ୍ରୟାସ ଜାରି ରଖିଛିନ୍ତି ।

Leave A Reply

Your email address will not be published.