ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା

0

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସ ଆଜି ଅର୍ଥାତ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାର ୩ ଲୋକସଭା ଓ ୧୬ ବିଧାନସଭା ଆସନ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ (ଏଆଇସିସି) ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ସମ୍ବଲପୁର ଲୋକସଭା ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାୟକ ଓ ଆସିକାରେ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।

ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଟିକେଟ ପାଇଛନ୍ତି। ଦଳ ତାଙ୍କୁ ସେହି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ବିଜେପି ଛାଡ଼ି କଂଗ୍ରେସରେ ମିଶି ଥିବା ସୋନାଲି ସାହୁଙ୍କୁ ମଧ୍ୟ ଟିକେଟ ମିଳିଛି। ତାଙ୍କୁ ଦଳ ଖୋର୍ଦ୍ଧାରୁ ଟିକେଟ ଦେଇଛି। ସେହିପରି କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।

ଏହାଛଡା ଝାରସୁଗୁଡ଼ା ଅମିତା ବିଶ୍ୱାଳ, ବଡ଼ସାହି ଖୀରୋଦ କୁମାର ପାତ୍ର, ସୁକିନ୍ଦା ବିଭୁଭୂଷଣ ରାଉତ, କଣ୍ଟାମାଳ ଶରତ କୁମାର ପ୍ରଧାନ, ଏହି ଆସନରେ ମନୋଜ କୁମାର ଆଚାର୍ଯ୍ୟଙ୍କ ବଦଳିଲେ ଦଳ ଶରତଙ୍କ ଉପରେ ଭରସା କରିଛି । ଅନ୍ୟପଟେ ରାଜନଗର ଅଶୋକ ପ୍ରତିହାରୀ, ମହାକାଳପଡ଼ା ଲୋକନାଥ ମହାରଥୀ, ପିପିଲି ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ ଦଳ ପରିବର୍ତ୍ତନ କରିଛି ଜୟନ୍ତ କୁମାର ଭୋଇଙ୍କ ବଦଳରେ କୃଷ୍ଣ ସଗରୀଆଙ୍କୁ ପ୍ରାର୍ଥୀ କରିଛି

ସେହିପରି ଚିଲିକାରୁ ପ୍ରଦୀପ କୁମାର ସ୍ବାଇଁ, ଖଣ୍ଡପଡ଼ା ମନୋଜ କୁମାର ପ୍ରଧାନ, ଦଶପଲ୍ଲା ନକୁଳ ନାୟକ, କବିସୂର୍ଯ୍ୟନଗର ସଞ୍ଜୟ କୁମାର ମଣ୍ଡାଲ, ଗୋପାଳପୁର ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

Leave A Reply

Your email address will not be published.