ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌

0

ବୈତୁଲ: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ବସ୍‌ଟି ଓଲଟି ପଡିଛି। ଫଳରେ ଏହି ଦୁର୍ଘଟଣାରେ ପୁଲିସ ସମତେ ୨୧ ହୋମ୍‌ ଗାର୍ଡ ଆହତ ହୋଇଛନ୍ତି। ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମଧ୍ୟପ୍ରଦେଶର ବୈତୁଲରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା। ନିର୍ବାଚନ ଡ୍ୟୁଟି ସାରି ଯବାନମାନେ ନିଜ ଜିଲ୍ଲା ରାଜଗଡକୁ ଫେରୁଥିଲେ। ଏହି ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଯିବା ଭୟରେ ବସ୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା

ଏସ୍‌ଡିପିଓ ଶାଲିନୀ ପାରସ୍ତେଙ୍କ କହିବା ମୁତାବକ, ଭୋର ୪ଟାରେ ଏହି ଦୁର୍ଘଟଣା ଘଟିଥିଲା ଉକ୍ତ ବସ୍‌ରେ ମୋଟ ୪୦ ଜଣ ଯବାନ ଥିଲେ। ସେଥିମଧ୍ୟରୁ ୫ ଜଣ ପୁଲିସ କର୍ମଚାରୀ ଓ ବାକି ହୋମଗାର୍ଡ କର୍ମଚାରୀ ଥିଲେ। ଯବାନମାନେ ଛିନ୍ଦୱାଡାରେ ନିର୍ବାଚନ ଡ୍ୟୁଟି କରିବା ପରେ ରାଜଗଡ ଯାଉଥିଲେ, କିନ୍ତୁ ରାସ୍ତାରେ ବସ୍ ଓଲଟି ପଡିଥିଲା। ଏଥିରେ ୨୧ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବଅତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ଶାହପୁର ହସ୍ପିଟାଲରେ ଚିକିତ୍ସା ଚାଲିଛି।

Leave A Reply

Your email address will not be published.