ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ସୋଆ ପକ୍ଷରୁ କମିଶନରେଟ୍ ପୋଲିସ୍ ଓ ଟ୍ରାଫିକ୍ ପୋଲିସ୍‌କୁ ଓଆର୍‌ଏସ୍ ଓ ଜଳ ବଂଟନ

0

ଭୁବନେଶ୍ୱର, ଏପ୍ରିଲ୍ ୨୩: ସାରା ରାଜ୍ୟର ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀରେ ଆଇନ୍ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ ଥିବା କମିଶନରେଟ ପୋଲିସ୍‌ର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକେ ଆଶ୍ୱସ୍ତି ଦେବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ।

ପୋଲିସ୍ ଓ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରାୟ ୮ ଘଂଟା ଧରି ପ୍ରଚଣ୍ଡ ଖରା ସମୟରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ନିମନ୍ତେ ସୋଆର ଏନ୍‌ଏସ୍‌ଏସ୍ ଓ ଏନ୍‌ସିସି ଶାଖା ଏଭଳି ମହତ୍ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ।

ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର କମିଶନରେଟ ପୋଲିସ୍ ଓ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ପୋଲିସ୍ କର୍ମଚାରୀମାନଙ୍କୁ ୫୦୦୦ ଓଆର୍‌ଏସ୍ ପ୍ୟାକେଟ୍ ଓ ୨୦୦୦ ପାଣି ବୋତଲ ପ୍ରଦାନ କରାଯାଇଥିବା ପ୍ରଫେସର ମଲ୍ଲିକ୍ କହିଛନ୍ତି । ପରବର୍ତୀ ପର୍ଯ୍ୟାୟରେ ରାଜଧାନୀର ସବୁ ଟ୍ରାଫିକ୍ ପୋଷ୍ଟରେ ପାଣି ଓ ଓଆର୍‌ଏସ୍ ବଂଟନ କରାଯିବ ବୋଲି ସେ କହିଛନ୍ତି ।

କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ୍ କମିଶନର ଶ୍ରୀ ସଞ୍ଜୀବ ପଣ୍ଡା ଓ ଡିସିପି ଶ୍ରୀ ପ୍ରତୀକ ସିଂଙ୍କ ଉପସ୍ଥିତିରେ ପ୍ରଫେସର ମଲ୍ଲିକ ଏବଂ ସୋଆର ଏନ୍‌ସିସି କ୍ୟାଡେଟମାନେ ଏହି ପାଣି ବୋତଲ ଓ ଓଆରଏସ୍ ପ୍ୟାକେଟ ପ୍ରଦାନ କରିଛନ୍ତି । ପୋଲିସ୍ କମିଶନର ଶ୍ରୀ ପଣ୍ଡା ସୋଆର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଟ୍ରାଫିକ ଡିସିପି ଶ୍ରୀ ପି.କେ. ରାଉତ ଏବଂ ସୋଆର ଆସୋସିଏଟ୍ ଏନ୍‌ସିସି ଅଫିସର (ଏଏନ୍‌ଓ) ଡକ୍ଟର ସତୀଶ କୁମାର ସାମଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.