ପ୍ରମୁଖ ଖବର

ଖୁବ ଶୀଘ୍ର ୧୦ ଓ ୫୦୦ ଟଙ୍କା ନୂଆ ନୋଟ୍ ଆଣିବ ଆରବିଆଇ
ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି
ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ
ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର
ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

ଅପରାହ୍ନ ୧ଟା ସୁଦ୍ଧା ୩୮% ମତଦାନ

0

ଭୁବନେଶ୍ବର: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଅପରାହ୍ନ ୧ ଟା ସୁଦ୍ଧା ହାରାହାରି ୩୮ ପ୍ରତିଶତ ଭୋଟିଂ ହୋଇଛି। ବାଲେଶ୍ୱରରେ ୪୧.୪%,ଭଦ୍ରକରେ ୩୪.୭୩%,କଟକରେ ୩୯%,ଜଗତସିଂହପୁରରେ ୩୬.୮୫%,ଯାଜପୁରରେ ୩୩.୯୬%,କେନ୍ଦ୍ରାପଡ଼ାରେ ୩୪.୪୫%,ମୟୁରଭଞ୍ଜରେ ୩୯.୬୫% ଓ ପୁରୀରେ ୪୩.୮୫% ମତଦାନ ହୋଇଛି।

ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ମହିଳାମାନେ ବହୁତ ସଂଖ୍ୟାରେ ଆସି ମତଦାନ କରୁଛନ୍ତି। ୨୦୧୯ ତୁଳନାରେ ଏଥର ମତଦାନ ହାର ଅଧିକ ହେବା ନେଇ ଆଶାପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଏବେ ୧୦ ହଜାର ୮୮୨ଟି ପୁଲିଂ ବୁଥ୍‌ରେ ମତଦାନ ହେଉଛି। ତେବେ ବୁଥ୍‌ ବାହାରେ କିଛି ହିଂସାକାଣ୍ଡ ଖବର ଆସିଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଅଧୀନସ୍ଥ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.