ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଭୋଟ୍ ପୂର୍ବରୁ ପାରାଦୀପରେ ନିର୍ବାଚନୀ ହିଂସା

0

ଭୁବନେଶ୍ବର: ଭୋଟ୍‌ ଗ୍ରହଣ ପୂର୍ବରୁ ଜଗତସିଂହପୁରରେ ନିର୍ବାଚନୀ ହିଂସା ଦେଖାଦେଇଛି। ନିର୍ବାଚନ ପୂର୍ବ ରାତିରେ ଶୁକ୍ରବାର ପାରାଦୀପ ନିର୍ବାଚନମଣ୍ଡଳୀର କୁଜଙ୍ଗ ବ୍ଲକ୍‌ର ୪ଟି ସ୍ଥାନରେ ଗଣ୍ଡଗୋଳ ଘଟି ୬ ଜଣ ଆହତ ହୋଇଛନ୍ତି। ଏସବୁ ମାମଲାରେ ପୁଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଶୁକ୍ରବାର ରାତି ସାଢ଼େ ଏଗାରଟା ସମୟରେ ଭୂତମୁଣ୍ଡାଇ ନିକଟରେ ଗୋଟିଏ ନିର୍ଦିଷ୍ଟ ଦଳର ସମର୍ଥକଙ୍କ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଭୂତମୁଣ୍ଡାଇ ସରପଞ୍ଚଙ୍କ ସମେତ ୪ଜଣ ଆହତ ହୋଇଥିଲେ। ପୁଲିସ ଖବର ପାଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଗଣ୍ଡଗୋଳରେ ସାମିଲ ଥିବା ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଛି।

ସେହିଭଳି ସ୍ଥାନୀୟ ସିଙ୍ଗଟାଳୀ ଗ୍ରାମରେ ମଧ୍ୟ ଅନୁରୂପ ଗଣ୍ଡଗୋଳ ଘଟି ଦୁଇ ଭାଇ ଆହତ ହୋଇଛନ୍ତି। ଏହି ଘଟଣାରେ ପାରାଦୀପ ଲକ୍ ଥାନା ଆଗରେ ଉତ୍ତ୍ୟକ୍ତ ଲୋକ ଧାରଣା ଦେଇଥିଲେ। ସେହିପରି ପଙ୍କପାଳ ଓ ଅଗପାଳରେ ମଧ୍ୟ ବିଜେଡି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିଛି।

Leave A Reply

Your email address will not be published.