ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

ଅପରାହ୍ନ ୧ଟା ସୁଦ୍ଧା ୩୮% ମତଦାନ

0

ଭୁବନେଶ୍ବର: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଅପରାହ୍ନ ୧ ଟା ସୁଦ୍ଧା ହାରାହାରି ୩୮ ପ୍ରତିଶତ ଭୋଟିଂ ହୋଇଛି। ବାଲେଶ୍ୱରରେ ୪୧.୪%,ଭଦ୍ରକରେ ୩୪.୭୩%,କଟକରେ ୩୯%,ଜଗତସିଂହପୁରରେ ୩୬.୮୫%,ଯାଜପୁରରେ ୩୩.୯୬%,କେନ୍ଦ୍ରାପଡ଼ାରେ ୩୪.୪୫%,ମୟୁରଭଞ୍ଜରେ ୩୯.୬୫% ଓ ପୁରୀରେ ୪୩.୮୫% ମତଦାନ ହୋଇଛି।

ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ମହିଳାମାନେ ବହୁତ ସଂଖ୍ୟାରେ ଆସି ମତଦାନ କରୁଛନ୍ତି। ୨୦୧୯ ତୁଳନାରେ ଏଥର ମତଦାନ ହାର ଅଧିକ ହେବା ନେଇ ଆଶାପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଏବେ ୧୦ ହଜାର ୮୮୨ଟି ପୁଲିଂ ବୁଥ୍‌ରେ ମତଦାନ ହେଉଛି। ତେବେ ବୁଥ୍‌ ବାହାରେ କିଛି ହିଂସାକାଣ୍ଡ ଖବର ଆସିଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଅଧୀନସ୍ଥ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.