ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଜେଡି କହିଲା, ଭୁଲ୍ ହେବ ଆକଳନ

0

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ୪୮ ଘଣ୍ଟା ବାକି ରହିଛି। ଏହା ପୂର୍ବରୁ ପ୍ରକାଶ ପାଇଥିବା ବୁଥ୍ ବାହୁଡ଼ା ମତକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ଏମିତି ସମୟରେ ବିଜୁ ଜନତା ଦଳ ଗୋଟିଏ ବଡ଼ ବୟାନ ଦେଇଛି। ବିଜେଡି ନେତା ତଥା ଦଳର ସାମାଜିଣ ଗଣମାଧ୍ୟମ ଓ୍ବିଙ୍ଗ୍‌ର ମୁଖ୍ୟ ସ୍ବୟଂ ପ୍ରକାଶ ମହାପାତ୍ର ଏକ୍ସରେ କହିଛନ୍ତି ଯେ ଏସିରେ ବସି ଜାତୀୟ ସଂସ୍ଥାମାନେ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଓଡ଼ିଶା କ୍ଷେତ୍ରରେ ତାହା ସତ ହେବାର ନାହିଁ। ୨୦୨୪ରେ ବୁଥ୍‌ ବାହୁଡ଼ା ମତ ଓ ୪ ତାରିଖରେ ଆସିବାକୁ ଥିବା ଫଳାଫଳ ଅଲଗା ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ସେ ୨୦୧୯ ମସିହାର ଫଳାଫଳ ବି ଉଲ୍ଲେଖ କରିଛନ୍ତି। ସେବେ ମଧ୍ୟ ଯେତେ ଆକଳନ ହୋଇଥିଲା, ତାହା ସଠିକ୍ ନଥିଲା। ବରଂ ବିଜେଡି ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ହିଁ ଭୋଟ ଫଳାଫଳ ସହିତ ମିଶିଥିଲା। ଏଥର ଅନୁରୂପ ଘଟଣା ଘଟିବ।

ଏଥର ବିଜେଡି ୧୧୭ ବିଧାନସଭାରେ ଜିତିବ ବୋଲି ପୂର୍ବାନୁମାନ କରିଛି। ସେହିଭଳି ଦଳ ୧୧ଟି ଲୋକସଭାରେ ନିର୍ବାଚନ ନିଶ୍ଚିତ ଜିତିବ ବୋଲି ଦର୍ଶାଇଛି।

Leave A Reply

Your email address will not be published.