ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଲଟିଲା ବରଯାତ୍ରୀ ଟ୍ରାକ୍ଟର: ୧୩ ,୧୫ ଆହତ

0

ରାଜଗଡ: ମଧ୍ୟପ୍ରଦେଶ ରାଜଗଡ଼ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଭର୍ତ୍ତି ଟ୍ରାକ୍ଟର। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ରାଜସ୍ଥାନ ମୋତୀପୁରାରୁ କୁଲାମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ବିବାହ ଉତ୍ସବରେ ଯୋଗଦେବା ପାଇଁ ରାଜସ୍ଥାନରୁ ରାଜଗଡ଼ ଆସୁଥିବାବେଳେ ପିପଲୋଡ଼ି ରାସ୍ତାରେ ଓଲଟି ପଡିଥିଲା ଟ୍ରାକ୍ଟର।  ସମସ୍ତ ଆହତଙ୍କ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି। ୨ ଗୁରୁତରଙ୍କୁ ଭୋପାଳ ହସ୍ପିଟାଲକୁ ସ୍ଥାନନ୍ତରିତ କରାଯାଇଛି। ମୃତକ ହେଲେ ରାଜସ୍ଥାନର ଝାଲାବାଡ଼ ଜିଲ୍ଲାର।

ରାଜଗଡ଼ ଦୁର୍ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେ  ଅନେକ ଲୋକଙ୍କ ମୃତ୍ୟୁ ଖବରକୁ ଦୁଃଖଦାୟକ ବୋଲି କହିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.